Latest Odisha News

ନ୍ୟୁଜିଲାଣ୍ଡ ୩୦୧ ରନରେ ଅଗ୍ରଣୀ

ପୁଣେ: ଭାରତ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ନ୍ୟୁଜିଲାଣ୍ଡ ଦୃଢ଼ ସ୍ଥିତିରେ ରହିଛି । ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ୩୦୧ ରନର ଅଗ୍ରଣୀ ହାସଲ କରିନେଇଛି । ହାତରେ ଆଉ ୩ ଦିନ ଖେଳ ବାକିଥିବାରୁ ମ୍ୟାଚର ଫଳାଫଳ ବାହାରିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ତୃତୀ ଦିବସ ପ୍ରଥମ ସେଶନ ଟିମ ଇଣ୍ଡିଆ ବୋଲରଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇ ପଡିଛି । ନ୍ୟୁଜିଲାଣ୍ଡ ଦ୍ୱିତୀୟ ଇନିଂସରେ ୫ ୱିକେଟ ବିନିମୟରେ ୧୯୮ ରନ ସଂଗ୍ରହ କରିନେଇଛି । ଟମ ଲାଥାମ ୮୬ ରନ କରିଥିଲେ । ଟମ ବ୍ଲଣ୍ଡେଲ ୩୦ ଓ ଗ୍ଲେନ ଫିଲିପ୍ସ ୯ ରନ କରି ଅପରାଜିତ ରହିଛନ୍ତି । ୱାଶିଂଟନ ସୁନ୍ଦର ୪ଟି ଏବଂ ରବିଚନ୍ଦ୍ରନ ଅଶ୍ୱୀନ ଗୋଟିଏ ୱିକେଟ ଅକ୍ତିଆର କରିଛନ୍ତି ।

ପୂର୍ବରୁ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୨୫୯ ରନ ସଂଗ୍ରହ କରିଥିଲା । ଏହାର ଜବାବରେ ଭାରତ ପୂନର୍ବାର ନୈରାଶ୍ୟଜନକ ବ୍ୟାଟିଂ ପ୍ରଦର୍ଶନ କରି ୧୫୬ ରନରେ ଅଲଆଉଟ ହୋଇ ଯାଇଥିଲା । ମିଚେଲ ସାଂଟେନର ୭ଟି ୱିକେଟ ଅକ୍ତିଆର କରି ଭାରତୀୟ ବ୍ୟାଟିଂ ଲାଇନ ଅପକୁ ଧ୍ୱସ୍ତବିଧ୍ୱସ୍ତ କରି ଦେଇଥିଲେ । ୩ମ୍ୟାଚ ବିଶିଷ୍ଟ ସିରିଜରେ ନ୍ୟୁଜିଲାଣ୍ଡ ପ୍ରଥମ ମ୍ୟାଚରେ ବିଜୟ ହାସଲ କରି ୧-୦ର ଅଗ୍ରଣୀ ହାସଲ କରି ନେଇଛି । ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ପ୍ରବେଶ ପାଇଁ ଭାରତକୁ ବିଜୟର ଆବଶ୍ୟକତା ରହିଛି ।

Leave A Reply

Your email address will not be published.