Latest Odisha News

BREAKING NEWS

ସର୍ଫରାଜ, ପନ୍ତଙ୍କ ଆକର୍ଷଣୀୟ ବ୍ୟାଟିଂ ସତ୍ୱେ ପୂନର୍ବାର ବ୍ୟାକଫୁଟରେ ଟିମ ଇଣ୍ଡିଆ

ବେଙ୍ଗାଲୁର: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ପୂନର୍ବାର ହରଡଘଣାରେ ଟିମ ଇଣ୍ଡିଆ ପଡିଛି । ଦ୍ୱିତୀୟ ଇନିଂସରେ ଟିମ ଇଣ୍ଡିଆ ୪୬୨ ରନ କରି ଅଲଆଉଟ ହୋଇଯିବା ଫଳରେ ଏବେ ଭ୍ରମଣକାରୀ ଦଳ ସମ୍ମୁଖରେ ୧୦୭ ରନର ଟାର୍ଗେଟ ରହିଛି । ହାତରେ ଆଉ ଗୋଟିଏ ଦିନ ଖେଳ ବାକି ଥିବାରୁ ନ୍ୟୁଜିଲାଣ୍ଡ ପଲା ଭାରର ରହିଛି । ଏକଦା ଟିମଇଣ୍ଡିଆ ୪ ୱିକେଟ ହରାଇ ୪୦୮ ରନ କରିଥିଲା । ଶେଷ ୬ଟି ୱିକେଟ ମାତ୍ର ୫୪ ରନରେ ହରାଇବା ଫଳରେ ଭାରତ ବ୍ୟାକଫୁଟକୁ ପଳାଇ ଆସିଛି । ଏବେ ବର୍ଷା ଏବଂ ବୋଲରଙ୍କ ସ୍ମରଣୀୟ ପ୍ରଦର୍ଶନ ଉପରେ ଭାରତର ଭାଗ୍ୟ ନିର୍ଭର କରୁଛି ।

ସର୍ଫରାଜ ଖାଁ ଚତୁର୍ଥ ଦିବସରେ ଆକର୍ଷଣୀୟ ଶତକ (୧୫୦) ହାସଲ କରିଥିବା ବେଳେ ରିଷଭ ପନ୍ତ ଅଭାଗ୍ୟଶାଳୀ ଭାବେ ୯୯ ରନ କରି ଆଉଟ ହୋଇ ଯାଇଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ମାଟ୍ଟ ହେନେରୀ ଓ ୱିଲିୟମ ଓ ରାଉରକେ ୩ଟି ଲେଖାଏଁ ୱିକେଟ ହାସଲ କରିଥିଲେ । କେଏଲ ରାହୁଲ (୧୨) ଓ ରବୀନ୍ଦ୍ର ଜାଡେଜା(୫)ଙ୍କ ନିକଟରୁ ଭଲ ପ୍ରଦର୍ଶନ ଆଶା କରାଯାଉଥିଲେ ମଧ୍ୟ ସେମାନେ ପୂନର୍ବାର ନିରାଶ କରିଛନ୍ତି । ଭାରତ ପ୍ରଥମ ଇନିଂସରେ ୪୬ ରନ କରିବା ପରେ ନ୍ୟୁଜିଲାଣ୍ଡ ଏହାର ଜବାବରେ ୪୦୨ ରନ ସଂଗ୍ରହ କରିଥିଲା ।

Leave A Reply

Your email address will not be published.