ୱେଲିଂଟନ:କରୋନା ମହାମାରୀ ଲଢ଼େଇରେ ବିଜୟ ହାସଲ କରିଛି ନ୍ୟୁଜିଲାଣ୍ଡ । ସୋମବାର ଶେଷ ରୋଗୀ ସୁସ୍ଥ ହୋଇଥିଲା । ଆଉ ଏକ ସପ୍ତାହ ଅପେକ୍ଷା କରିବା ପରେ ନ୍ୟୁଜିଲାଣ୍ଡକୁ ସମ୍ପୂର୍ଣ୍ଣ କରୋନା ମୁକ୍ତ ଦେଶ ଭାବେ ଘୋଷଣା କରାଯିବ ବୋଲି ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆର୍ଡେନ ଘୋଷଣା କରିଛନ୍ତି । ବିଭିନ୍ନ ସ୍ଥାନରେ ଏ ନେଇ ସେଲିବ୍ରେଶନ ମଧ୍ୟ ହୋଇଛି ।
ଫେବୃୟାରୀ ପରଠାରୁ ଏଠାରେ କରୋନାର ପ୍ରଭାବ ଆଉ ଦେଖିବାକୁ ମିଳୁ ନାହିଁ । ଶେଷ ମହିଳା ରୋଗୀଜଣଙ୍କ ଅକଲାଣ୍ଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ନ୍ୟୁଜିଲାଣ୍ଡରେ ୧୫୦୪ ଲୋକ କରୋନା ସଂକ୍ରମିତ ହୋଇଥିବା ବେଳେ ୨୨ ଜଣ ମୃତ୍ୟୁବରଣ କରିଥିଲେ ।
Comments are closed.