Latest Odisha News

ପୂନର୍ବାର ଭାରତର ବ୍ୟାଟିଂ ବିପର୍ଯ୍ୟୟ, ୧୫୬ରେ ଅଲଆଉଟ

ପୁଣେ: ପ୍ରଥମ ଟେଷ୍ଟରେ ନ୍ୟୁଜିଲାଣ୍ଡଠାରୁ ହାରିବା ସତ୍ୱେ ଭାରତୀୟ କ୍ରିକେଟ ଟିମ ଦ୍ୱିତୀୟ ଟେଷ୍ଟରେ ମଧ୍ୟ ନୈରାଶ୍ୟଜନକ ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି । ନ୍ୟୁଜିଲାଣ୍ଡର ପ୍ରଥମ ଇନିଂସ ସ୍କୋର ୨୫୯ ରନ ଜବାବରେ ଟିମ ଇଣ୍ଡିଆ ୧୫୬ ରନ କରି ଅଲଆଉଟ ହୋଇଯାଇଛି । ଘରୋଇ ଦଳ ଏବେ ଭ୍ରମଣକାରୀ ଟିମଠାରୁ ପ୍ରଥମ ଇନିଂସରେ ୧୦୩ ରନ ପଛରେ ରହିଛି । ନ୍ୟୁଜିଲାଣ୍ଡର ମିଚେଲ ସାଂଟେନର ଶ୍ରେଷ୍ଠ ପ୍ରଦର୍ଶନ କରି ମାତ୍ର ୫୩ ରନରେ ୭ଟି ୱିକେଟ ଅକ୍ତିଆର କରିଥିଲେ । ଗ୍ଲେନ ଫିଲିପ୍ସ ୨ଟି ୱିକେଟ ନେଇଥିଲେ । ଟିମ ଇଣ୍ଡିଆ ପକ୍ଷରୁ ରବୀନ୍ଦ୍ର ଜାଡେଜା ସର୍ବାଧିକ ୩୮ ରନ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଯଶସ୍ୱୀ ଜୈସୱାଲ ଓ ଶୁଭମନ ଗିଲ ୩୦ ଲେଖାଏଁ ରନ କରିଥିଲେ । ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଆଖିଦୃଶିଆ ପ୍ରଦର୍ଶନ କରିପାରି ନ ଥିଲେ । ବଲ ଟର୍ଣ୍ଣ କରୁଥିବାରୁ ଭାରତ ଏବେ ନ୍ୟୁଜିଲାଣ୍ଡକୁ କମ ରନରେ ଅଲଆଉଟ କରିବା ଜରୁରୀ ହୋଇ ପଡିଛି । ଅନ୍ୟଥା ପ୍ରଥମ ଟେଷ୍ଟ ପରି ମ୍ୟାଚ ପୂନର୍ବାର ହାତଛଡା ହେବ । ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ପ୍ରବେଶ ପାଇଁ ଭାରତକୁ ନ୍ୟୁଜିଲାଣ୍ଡ ବିପକ୍ଷରେ ୨ଟି ଟେଷ୍ଟ ଜିତିବାକୁ ପଡିବ । ରୋହିତ ଶର୍ମା(୦) ଓ ବିରାଟ କୋହଲି(୧) ପୂନର୍ବାର ବିଫଳ ହୋଇଛନ୍ତି ।

Leave A Reply

Your email address will not be published.