ନୂଆଦିଲ୍ଲୀ: ଭାରତରେ ଏବେ ଦିନିକିଆ ବିଶ୍ୱକପ କ୍ରିକେଟ ଚାଲିଛି । ମଙ୍ଗଳବାର ନ୍ୟୁଜିଲାଣ୍ଡ ଟିମର ନିୟମିତ ଅଧିନାୟକ କେନ ୱିଲିୟମସନଙ୍କ ସମେତ ଅନ୍ୟ ଖେଳାଳିମାନେ ଧର୍ମଗୁରୁ ଦଲାଇ ଲାମାଙ୍କୁ ଭେଟିଛନ୍ତି । ଖେଳାଳିମାନେ ମୈକ୍ଲେଇଗଜର ମୂଖ୍ୟ ବୌଦ୍ଧ ମନ୍ଦିର ଯିବା ସହ ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମାଙ୍କ ବାସଭବନକୁ ଯାଇଥିଲେ । ସଫଳତା ହାସଲ କରିବା ପାଇଁ କ୍ରମାଗତ ଅଭ୍ୟାସ, ସଂଯମତା ଓ ଦୃଢ଼ନିଶ୍ଚୟର ଆବଶ୍ୟକତା ରହିଛି ବୋଲି ଦଲାଇ ଲାମା ସେମାନଙ୍କୁ ଉପଦେଶ ଦେଇଥିଲେ । ଏହା ପରେ ଖେଳାଳିମାନେ ସେମାନଙ୍କ ହୋଟେଲକୁ ଫେରି ଆସିଥିଲେ । ଅକ୍ଟୋବର ୨୨ରେ ଭାରତ ନିକଟରୁ ପରାଜିତ ହେବା ପରେ ୨୮ରେ କିୱି ଟିମ ଅଷ୍ଟ୍ରେଲିଆକୁ ଭେଟିବେ ।
ଷ୍ଟାଡିୟମରେ ଖେଳାଳିମାନେ ଜୋରଦାର ଅଭ୍ୟାସ କରିଥିଲେ । ପରେ ସେମାନେ ଜିମରେ ଝାଳ ବୁହାଇଥିଲେ । ବୁଧବାର ନ୍ୟୁଜିଲାଣ୍ଡ ଟିମ ତ୍ରିୟୁ୍ଣ୍ଡ ବୁଲିବାକୁ ଯାଇପାରନ୍ତି । ପଂଏଟ ଟେବୁଲରେ ଏବେ ଭାରତ ଶୀର୍ଷରେ ରହିଥିବା ବେଳେ ନ୍ୟୁଜିଲାଣ୍ଡ ଦ୍ୱିତୀୟ ସ୍ଥାନରେ ରହିଛି ।
Comments are closed.