ନୂଆଦିଲ୍ଲୀ: ଆଇସିସି ଟି୨୦ ବିଶ୍ୱକପ ଆସନ୍ତା ବର୍ଷ ଖେଳାଯିବ । ଏଥିପାଇଁ ଭାରତୀୟ କ୍ରିକେଟ ଟିମ ପ୍ରସ୍ତୁତି ଆରମ୍ଭ କରିଦେଇଛି । ରିପୋର୍ଟ ମୁତାବକ ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡ ସହ ୮ଟି ଧଳା ବଲ ମ୍ୟାଚ ଖେଳିବା ପାଇଁ ଯୋଜନା କରୁଛି । ଅବଶ୍ୟ ଅଫିସିଆଲ ଭାବେ ଏହାର ଘୋଷଣା କରାଯାଇ ନାହିଁ । ଭାରତ ଗସ୍ତରେ ନ୍ୟୁଜିଲାଣ୍ଡ ୩ଟି ଦିନିକିଆ ଓ ୫ଟି ଟି୨୦ ମ୍ୟାଚ ଖେଳିବ । ଟି୨୦ ବିଶ୍ୱକପ ୮ ଫେବୃୟାରୀ ୨୦୨୬ରୁ ଆରମ୍ଭ ହେବ । ଏହା ପୂର୍ବରୁ ଏହି ସିରିଜ ଖେଳାଯିବ । ଏହି ସିରିଜ ଭାରତରେ ଆୟୋଜିତ ହେଉଥିବାରୁନ୍ୟୁଜିଲାଣ୍ଡକୁ ମଧ୍ୟ ଫାଇଦାରେ ରଖିବ ବୋଲି ଅନୁମାନ କରାଯାଉଛି ।
ଦିନିକିଆ ସିରିଜରେ ମଧ୍ୟ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ । ଟେଷ୍ଟ ଏବଂ ଆନ୍ତର୍ଜାତୀୟ ଟି୨୦ରୁ ଏହି ଦୁଇ ମହାନ ଖେଳାଳି ଅବସର ନେଇ ସାରିଛନ୍ତି । ରୋହିତଙ୍କ ଭବିଷ୍ୟତ ବିସିସିଅଇ ହାତରେ ଥିବା ବେଳେ କୋହଲି ଆଉ ୨/୩ ବର୍ଷ ଖେଳିବା ଲକ୍ଷ୍ୟରେ ରହିଛନ୍ତି । ଆଇପିଏଲ ପରେ ଭାରତର ଅନେକ ଯୁବ ଖେଳାଳି ପ୍ରଦର୍ଶନ ମାଧ୍ୟମରେ ପ୍ରଭାବିତ କରିଛନ୍ତି ।
Comments are closed.