Latest Odisha News

BREAKING NEWS

କୋହଲିଙ୍କ ଶତକ ବ୍ୟର୍ଥ, ଭାରତରେ ପ୍ରଥମ ଥର ଦିନିକିଆ ସିରିଜ ଜିତିଲା ନ୍ୟୁଜିଲାଣ୍ଡ

ଇନ୍ଦୋର: ବିରାଟ କୋହଲିଙ୍କ ଲଢ଼ୁଆ ଶତକ ସତ୍ୱେ ଭାରତ ଏଠାରେ ଅନୁଷ୍ଠିତ ତୃତୀୟ ତଥା ନିର୍ଣ୍ଣାୟକ ମୁକାବିଲାରେ ନ୍ୟୁଜିଲାଣ୍ଡ ନିକଟରୁ ୪୧ ରନରେ ହାରିଯାଇଛି । ଏଥିସହ ହୋଲକର ଷ୍ଟାଡିୟମରେ ଏହା ଭାରତର ପ୍ରଥମ ପରାଜୟ । ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ଭାରତର ସମ୍ମୁଖରେ ୩୩୮ ରନର ଲକ୍ଷ୍ୟ ରଖିଥିଲା । ଡାରେଲ ମିଚେଲ (୧୩୭)ଓ ଗ୍ଲେନ ଫିଲିପ୍ସ (୧୦୬)ଆକର୍ଷଣୀୟ ଶତକ ହାସଲ କରିଥିଲେ । ଅର୍ଶଦୀପ ସିଂ ଓ ହର୍ଷିତ ରାଣା ୩ଟି ଲେଖାଏଁ ୱିକେଟ ନେଇଥିଲେ । ୩୩୮ ରନର ଲକ୍ଷ୍ୟକୁ ପିଛା କରି ଭାରତ ୪୬ ଓଭରରେ ୨୯୬ ରନ କରି ଅଲଆଉଟ ହୋଇ ଯାଇଥିଲା । କୋହଲି ଭାରତ ପକ୍ଷର ଏକାକୀ ସଂଘର୍ଷ କରିଥିଲେ ।

ସେ ୧୦୮ ବଲରେ ୧୨୪ ରନ ସଂଗ୍ରହ କରିଥିଲେ । ଏହା ତାଙ୍କ ଦିିନିକିଆ କ୍ରିକେଟର ୫୪ ଏବଂ ଓଭରାଲ ୮୫ତମ ଆନ୍ତର୍ଜାତୀୟ ଶତକ ଥିଲା । କୋହଲି ଆଉଟ ହେବା ପରେ ଭାରତ ହାତରୁ ମ୍ୟାଚ ଖସି ଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ନୀତିଶ କୁମାର ରେଡ୍ଡୀ (୫୩)ଓ ହର୍ଷିତ ରାଣା(୫୨) ଅର୍ଦ୍ଧଶତକ ହାସଲ କରିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ଜ୍ୟାକ ଫଲକେସ ଓ କ୍ରିଷ୍ଟିଆନା କ୍ଲାର୍କ ୩ଟି ଲେଖାଏଁ ୱିକେଟ ନେଇ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ । ପ୍ରଭାବୀ ପ୍ରଦର୍ଶନ ପାଇଁ ମିଚେଲ ଉଭୟ ପ୍ଲେୟାର ଅଫ ଦି ମ୍ୟାଚ ଓ ପ୍ଲେୟାର ଅଫ ଦି ସିରିଜ ବିବେଚିତ ହୋଇଥିଲେ ।

Leave A Reply

Your email address will not be published.