Latest Odisha News

BREAKING NEWS

ନ୍ୟୁଜିଲାଣ୍ଡର କ୍ରମାଗତ ତୃତୀୟ ବିଜୟ

ଚେନ୍ନାଇ: ଚଳିତ ବିଶ୍ୱକପ କ୍ରିକେଟରେ ଶୁକ୍ରବାର ନ୍ୟୁଜିଲାଣ୍ଡ ୮ ୱିକେଟରେ ବାଂଲାଦେଶକୁ ପରାସ୍ତ କରିଛି । ଏହା କିୱି ଟିମର କ୍ରମାଗତ ତୃତୀୟ ବିଜୟ । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୯ ୱିକେଟ ବିନିମୟରେ ୨୪୫ ରନ କରିଥିଲା । ମୁସ୍ତାଫିକର ରହେମାନ ୬୬, ମହମ୍ମୁଦାଲ୍ଲା ୪୧ ଓ ଶକୀବ ଉଲ ହାସନ ୪୦ ରନ କରିଥିଲେ । ଲକି ଫର୍ଗୁନସନ ୩ଟି ୱିକେଟ ଅକ୍ତିଆର କରିଥିଲେ । ୨୪୬ ରନର ବିଜୟ ଲକ୍ଷ୍ୟକୁ ପିଛା କରି ନ୍ୟୁଜିଲାଣ୍ଡ ୪୨.୫ ଓଭରରେ ୨ ୱିକେଟ ହରାଇ ଏହାକୁ ସହଜରେ ହାସଲ କରି ନେଇଥିଲା । କେନ ୱିଲିୟମସନ ୭୮ ଓ ଡାରେଲ ମିଶେଲ ୮୯ ରନ କରି ଅପରାଜିତ ରହିଥିଲେ । ୯୨ ରନରେ ୨ଟି ୱିକେଟ ହରାଇବା ପରେ ୱିଲିୟମସନ ଓ ମିଶେଲ ତୃତୀୟ ୱିକେଟରେ ୧୦୮ ରନ ଯୋଗ କରିଥିଲେ । ୱିଲିୟମସନ ୭୮ ରନ କରିଥିବା ବେଳେ ରିଟାୟରହର୍ଟ ହୋଇଥିଲେ ।

ଅବଶ୍ୟ ମିଶେଲ ଏବଂ ଗ୍ଲେନ ଫିଲିପ୍ସ ଦଳର ଆଉ କୌଣସି କ୍ଷତି ନ ଘଟାଇ ମ୍ୟାଚରେ ବିଜୟ ହାସଲ କରାଇଥିଲେ । ଫିଲିପ୍ସ ୧୬ ରନ କରି ଅପରାଜିତ ରହିଥିଲେ । ଓପନର କନୱେ ୪୫ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ । ମୁସ୍ତାଫିଜର ରହେମାନ ଓ ଶକୀବ ଗୋଟିଏ ଲେଖାଁଏ ୱିକେଟ ହାସଲ କରିଥିଲେ । ଏହି ବିଜୟ ସହ ନ୍ୟୁଜିଲାଣ୍ଡ ପଂଏଟ ଟେବୁଲର ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଛି । ପ୍ରଭାବୀ ବୋଲିଂ ପ୍ରଦର୍ଶନ ପାଇଁ ଫର୍ଗୁନଶନଙ୍କୁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା ।

Comments are closed.