Latest Odisha News

BREAKING NEWS

ନବଜାତକୁ ମୃତ ଘୋଷଣା କରିଥିଲେ ଡାକ୍ତର, ଶ୍ମଶାନରେ ଚେଇଁ ଉଠିଲା ଶିଶୁ

କେନ୍ଦୁଝର: ନବଜାତକୁ ମୃତ ଘୋଷଣା କରିଥିଲେ ଡାକ୍ତର । କିନ୍ତୁ ଶ୍ମଶାନରେ ଚେଇଁ ଉଠିଲା ଶିଶୁ । ସେ ଜୀବିତ ଥିବା ପରିବାର ଲୋକ ଜାଣିବାକୁ ପାଇଥିଲେ । ଆଶ୍ଚର୍ୟ୍ୟ ଲାଗୁଥିଲେ ବି କେନ୍ଦୁଝର ଜିଲ୍ଲାରେ ଏଭଳି ଏକ ଘଟଣାକୁ ନେଇ ସାରା ରାଜ୍ୟେ ଚର୍ଚ୍ଚା ଚାଲିଛି । କେନ୍ଦୁଝର ଜିଲ୍ଲା ଖଡ଼ିପଦା ଗାଁରେ ଏହି ଘଟଣା ଘଟିଛି ।

ଅଭିଯୋଗ ଅନୁସାରେ ଖଡ଼ିପଦା ଗାଁର ସୁନିଆ ମୁଣ୍ଡାଙ୍କ ପତ୍ନୀ ରାଇମଣି ଏକ ନବଜାତକୁ ଜନ୍ମ ଦେଇଥିଲେ । ଯାହାକୁ ପରେ ମୃତ ଘୋଷଣା କରିଥିଲେ କରଞ୍ଜିଆ ମେଡିକାଲର ଡାକ୍ତର । ମର ଶରୀରକୁ ଏକ ବ୍ୟାଗରେ ଭର୍ତ୍ତି କରି ଅନ୍ତିମ ସଂସ୍କାର ପାଇଁ ନିଆଯାଇଥିଲା ।

କିନ୍ତୁ ଶ୍ମଶାନରେ ଶିଶୁଟି ନିଶ୍ୱାସ ପ୍ରଶ୍ୱାସ ନେଉଥିବା ପରିବାର ଲୋକ ଦେଖିଥିଲେ । ଏପରିକି ପିଲାଟି କାନ୍ଦି ବି ଥିଲା । ଏହାପରେ ପରିବାର ଲୋକ ଶିଶୁଟିକୁ ଧରି ପୁଣି ଥରେ ହସ୍ପିଟାଲ୍ ଆସିଥିଲେ । ଏହି ଘଟଣାକୁ ନେଇ ହସ୍ପିଟାଲରେ ଉତ୍ତେଜନା ଦେଖାଦେଇଥିଲା ।

ଶିଶୁର ଉତ୍ତମ ଚିକିତ୍ସା ପାଇଁ ଦାବି କରିଛନ୍ତି ପରିବାର ଓ ସମ୍ପର୍କୀୟ । ଡାକ୍ତରଙ୍କ ଅବହେଳାକୁ ଦାୟୀ କରିଛନ୍ତି । ସେପଟେ ହସ୍ପିଟାଲ କର୍ତ୍ତୃପକ୍ଷ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ହସ୍ପିଟାଲରେ ଥିବା ସମସ୍ତ ରେକର୍ଡର ଯାଞ୍ଚ କରାଯାଉଛି ।

Comments are closed, but trackbacks and pingbacks are open.