Latest Odisha News

ଓଡିଶା ଆସିବେ ନୂଆ ରାଜ୍ୟପାଳ, ମହାପ୍ରଭୁଙ୍କ ଦର୍ଶନ ପରେ ଶପଥ ନେବେ ହରିବାବୁ

ଭୁବନେଶ୍ଵର: ଆଜି ଓଡିଶା ଆସିବେ ନୂଆ ରାଜ୍ୟପାଳ । ଆସନ୍ତାକାଲି ରାଜ୍ୟର ନୂଆ ରାଜ୍ୟପାଳ ଭାବେ ଶପଥ ନେବେ କେ. ହରିବାବୁ । ସେଥିପାଇଁ ଆଜି ଅପରାହ୍ନରେ ରାଜଭବନରେ ପହଞ୍ଚିବେ କେ. ହରିବାବୁ ।

ଅପରାହ୍ନ ୧୨ଟା ୪୫ ମିନିଟ୍‌ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ କେ. ହରିବାବୁ । ସେଠାରେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯିବ । ସେଠାରୁ ପୁରୀ ଯାତ୍ରା କରିବେ ରାଜ୍ୟପାଳ । ସେଠାରେ ରାତ୍ରୀ ଯାପନ କରିବେ । ଆସନ୍ତାକାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରି ଭୁବନେଶ୍ବର ଫେରିବେ । ଏହାପରେ ରାଜଭବନରେ ଅନୁଷ୍ଠିତ ହେବ ଶପଥ ଗ୍ରହଣ ଉତ୍ସବ । ଆସନ୍ତାକାଲି ଦିନ ୧୦ଟା ୧୫ରେ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ ହରି ବାବୁ କୁମ୍ଭମପତି । ରାଜଭବନରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ।

ସୂଚନାଯୋଗ୍ୟ, କିଛି ଦିନ ତଳେ ରଘୁବର ଦାସ ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ତାଙ୍କ ସ୍ଥାନରେ କେ. ହରିବାବୁଙ୍କ ଓଡିଶାର ନୂଆ ରାଜ୍ୟପାଳ ଭାବେ କେ. ହରିବାବୁଙ୍କୁ ନିଯୁକ୍ତି ଦିଆଯାଇଥିଲା । ରାଷ୍ଟ୍ରପତି ଭବନ ପକ୍ଷରୁ କେ. ହରିବାବୁଙ୍କ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ନୂତନ ରାଜ୍ୟପାଳ ହରିବାବୁ କମ୍ଭମପତି ପୂର୍ବରୁ ମିଜୋରାମର ରାଜ୍ୟପାଳ ଥିଲେ । ୨୦୨୧ ନଭେମ୍ବର ୫ରେ ୧୫ ତମ ମିଜୋରାମ ରାଜ୍ୟପାଳ ଭାବେ ଡକ୍ଟର ହରିବାବୁ କମ୍ଭମପତିଙ୍କୁ ନିଯୁକ୍ତି ମିଳିଥିଲା। ଏହାପରେ ରାଷ୍ଟ୍ରପତି ତାଙ୍କୁ ଓଡ଼ିଶାର ୨୭ତମ ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଛନ୍ତି ।

Comments are closed.