Latest Odisha News

ସାପ କାମୁଡାରେ ମେଡିକାଲରେ ଭର୍ତ୍ତି ହେଲେ ନବ ନିର୍ବାଚିତ ବିଧାୟକ ମଙ୍ଗୁ ଖିଲ

ମାଲକାନଗିରି: ସାପ କାମୁଡାରେ ଅସୁସ୍ଥ ହେଲେ ଚିତ୍ରକୋଣ୍ଡାର ନବ ନିର୍ବାଚିତ ବିଧାୟକ ମଙ୍ଗୁ ଖିଲ । ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଇଛନ୍ତି ତାଙ୍କ ପରିବାର ଲୋକେ । ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ବର୍ତ୍ତମାନ ସେ ସୁସ୍ଥ ଥିବା ଜଣା ପଡିଛି ।

ସୂଚନା ଅନୁସାରେ, ଗତ କାଲି କୌଣସି କାରଣରୁ ନିଜ ଘର ସାମ୍ନାରେ ମଙ୍ଗୁ ଖିଲ ଠିଆ ହୋଇଥିବା ବେଳେ ତାଙ୍କୁ ଏକ ବିଶାକ୍ତ ସାପ କାମୁଡିଥିଲା । ତୁରନ୍ତ ବିଧାୟକ ମଙ୍ଗୁଙ୍କୁ ତାଙ୍କ ପରିବାର ଲୋକେ କୁଡୁମୁଲୁଗୁମ୍ମା ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ବର୍ତ୍ତମାନ ତାଙ୍କ ସ୍ଵାସ୍ଥ୍ୟବସ୍ତା ସ୍ଥିର ଅଛି ବୋଲି ସୂଚନା ଦେଇଛନ୍ତି ମାଲକାନଗିରି ମୁଖ୍ୟ ଅଧିକାରୀ ।

Comments are closed.