Latest Odisha News

BREAKING NEWS

ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ: ସିବିଆଇ ତଦନ୍ତ ଦାବି କଲେ ବିଧାୟକ ଲକ୍ଷ୍ମଣ ବାଗ୍

ବଲାଙ୍ଗିର: ବହୁ ଚର୍ଚ୍ଚିତ କଣ୍ଟାବାଂଜୀ ମମିତା ମେହେର ହତ୍ୟା କାଣ୍ଡ ଘଟଣା । ପୁଣି ଥରେ ସିବିଆଇ ତଦନ୍ତ ଦାବି କଲେ ନବ ନିର୍ବାଚିତ ବିଧାୟକ ଲକ୍ଷ୍ମଣ ବାଗ୍ । ମମିତାଙ୍କ ପରିବାରକୁ ଭେଟି ପୁଣି ଥରେ ସିବିଆଇ ତଦନ୍ତ ପାଇଁ ଦାବୀ କରିଛନ୍ତି ଲକ୍ଷ୍ମଣ ବାଗ୍‌ ।

ଆଜି ସକାଳେ କଣ୍ଟାବାଂଜୀ ଝରନୀ ସ୍ଥିତ ମମିତାଙ୍କ ଘରକୁ ଯାଇ ତାଙ୍କ ପରିବାର ଲୋକଙ୍କୁ ଭେଟିଥିଲେ ବିଧାୟକ । ମମିତା ହତ୍ୟା ଘଟଣାରେ ଏଯାବତ ତାଙ୍କୁ ନ୍ୟାୟ ମିଳିନଥିବା ଅଭିଯୋଗ କରିଥିଲେ ମମିତାଙ୍କ ବାପା । ମମିତାଙ୍କ ବାପାଙ୍କ କହିବା ଅନୁସାରେ ଅଭିଯୁକ୍ତ ଗୋବିନ୍ଦ ସାହୁର ଜେଲ୍‌ରେ ମୃତ୍ୟୁ ପରେ ତଦନ୍ତ ଆଗକୁ ବଢୁନି । ସମସ୍ତଙ୍କୁ ନେହୁରା ହୋଇ ନିରାଶ ହୋଇ ସାରିଲୁଣି । ତେଣୁ ପୁଣିଥରେ ସିବିଆଇ ତଦନ୍ତ କରିବାକୁ କହିଥିଲେ ମମିତାଙ୍କ ବାପା । ତାଙ୍କ ଅନୁରୋଧକୁ ଶୁଣି ଓଡ଼ିଶା ସରକାରଙ୍କୁ ସିବିଆଇ ତଦନ୍ତ ପ୍ରସ୍ତାବ ଦେବି ବୋଲି କହିଛନ୍ତି ବିଧାୟକ ଲକ୍ଷ୍ମଣ ବାଗ୍ ।

ସୂଚନାଯୋଗ୍ୟ ଯେ, ୨୦୨୧ ଅକ୍ଟୋବର ୮ରେ ମମିତାଙ୍କୁ ଏକ କାରରେ ନେଇ ଯାଇଥିଲା ଗୋବିନ୍ଦ । କାର୍ ଭିତରେ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା ଏହା ପରେ ଉତ୍ତ୍ୟକ୍ତ ଗୋବିନ୍ଦ କାର୍‌ ଭିତରେ ହିଁ ମମିତାଙ୍କୁ ହତ୍ୟା କରିଥିଲା । ହତ୍ୟା କରିବା ପରେ ୮ ତାରିଖ ବିଳମ୍ବିତ ରାତିରେ ମମିତାଙ୍କ ମୃତଦେହକୁ ମହାଲିଙ୍ଗରେ ନିର୍ମାଣାଧୀନ ଷ୍ଟାଡିୟମ ଭିତରେ ପୋତା ଯାଇଥିଲା ।ପୂର୍ବରୁ ଖୋଳାଯାଇଥିବା ଗାତରେ ମମିତାଙ୍କ ମୃତ ଶରୀରକୁ ପ୍ଲାଏ କାଠ ଏବଂ ଟାୟାର ସାହାଯ୍ୟରେ ପୋଡିଦିଆଯାଇଥିଲା । ଭଲରେ ପୋଡିବା ପାଇଁ ପ୍ଲାଏ ଉପରେ ଟାୟାର ରଖି ଜଳାଇ ଦେଇଥିଲା ।

ଏହା ପରେ ମୃତ ଶରୀର ଯେପରି ଶୀଘ୍ର ନଷ୍ଟ ହୋଇଯିବ ସେନେଇ ମଧ୍ୟ ଯଥେଷ୍ଟ ପରିମାଣରେ ଲୁଣ ପକାଯାଇଥିଲା । ଦିନକ ପରେ ଗାତକୁ ପୋତିବା ପାଇଁ ଜେସିବି ଡ୍ରାଇଭରକୁ କହିଥିଲା ଗୋବିନ୍ଦ । ଜେସିବି ଡ୍ରାଇଭରକୁ ପୋଲିସ ପଚାରା ଉଚରା ପେରେ ସେ ସତ ସ୍ୱୀକାର କରିଥିଲା । ଏହାପରେ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ଗିରଫ କରିଥିଲା ପୋଲିସ । ମମିତା ମୃତ୍ୟୁର ମୁଖ୍ୟ ଆସାମୀ ଅଭିଯୁକ୍ତ ଗୋବିନ୍ଦ ସାହୁ କଣ୍ଟାବାଞ୍ଝି ଜେଲରେ ଥିବାବେଳେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିଲା। ପରେ ତାଙ୍କୁ ଚିକିତ୍ସାଳୟ ନିଆଯାଇଥିଲା ସେଠାରେ ଅଭିଯୁକ୍ତ ଗୋବିନ୍ଦକୁ ଡାକ୍ତର ମୃତ ଘୋଷଣା କରିଥିଲେ।

Leave A Reply

Your email address will not be published.