ସାଧାରଣତଃ ନିଜ ନିଜର ବିବାହକୁ ସ୍ମରଣୀୟ ରଖିବାକୁ କିଏ କେତେ କ’ଣ କରିଥାନ୍ତି । ଏଥିଲାଗି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ମଧ୍ୟ ପଛାନ୍ତି ନାହିଁ । ହେଲେ ଏମିତି ଏକ ନବଦମ୍ପତି ଯିଏ ନିଜ ବିବାହ ଉତ୍ସବର ଖର୍ଚ୍ଚକାଟ କରିବାକୁ ଯାଇ ଏକ ଭିନ୍ନ ଉପାୟ ଅବଲମ୍ବନ କରିଥିଲେ । ଅତିଥିଙ୍କ ପାଖରେ ଏକ ସର୍ତ୍ତ ରଖିଥିଲେ ଯେ, ବିବାହ ଉତ୍ସବକୁ ଯିଏ ଆସିବେ, ତାଙ୍କୁ ସାଙ୍ଗରେ ଘରୁ ଖାଦ୍ୟ ଧରି ଆସିବାକୁ ହେବ । ଏହା ଶୁଣିଲେ ହୁଏତ ଆପଣଙ୍କୁ ଟିକେ ଖଟ୍କା ଲାଗିପାରେ । କିନ୍ତୁ ଏଭଳି ଘଟଣା ଘଟିଛି ଆମେରିକାରେ ।
ଆମେରିକାର ଯୁବକ ଶେଲବିି ଫିଲିପ୍ସ । ସ୍ଥାନୀୟ ଅଞ୍ଚଳ ବାସିନ୍ଦା ଗାରେଟ୍ଙ୍କ ସହ ବିବାହ ଠିକ୍ ହେଲା । ନିଜ ବିବାହ ଉତ୍ସବରେ ଖର୍ଚ୍ଚ କାଟ କରିବାକୁ ଯାଇ ସେ ଏକ ଉପାୟ ଅବଲମ୍ବନ କଲେ । ବାହାଘରକୁ ନିମନ୍ତ୍ରଣ କରିଥିବା ସମସ୍ତ ଅତିଥିଙ୍କୁ ସାଙ୍ଗରେ ଖାଦ୍ୟ ନେଇ ଆସିବାକୁ ନିମନ୍ତ୍ରଣପତ୍ରେ ଉଲ୍ଲେଖ କରିଥିଲେ । ଏହାକୁ ନେଇ ସେ ଏବେ ଚର୍ଚ୍ଚାରେ । ଫିଲିପ୍ସ କହିଛନ୍ତି, ଏଭଳି ନିମନ୍ତ୍ରଣ କରିବା ଉଦ୍ଦେଶ୍ୟ ଖର୍ଚ୍ଚ କାଟ । ଆଜିକାଲି ବ୍ରିଟେନରେ ଗୋଟିଏ ବିବାହ କରିବାକୁ ହେଲେ ପ୍ରାୟ ୩୨ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ସେ ଫଟୋଗ୍ରାଫର, ପୋଷାକ, ଫୁଲ ଏବଂ ଭୋଜିରେ ଖର୍ଚ୍ଚ କାଟ କରିଛନ୍ତି । ଏମିତି କି ନିମନ୍ତ୍ରିତ ସମସ୍ତ ଅତିଥି ଦମ୍ପତିଙ୍କ ଉଦ୍ୟମରେ ସହମତି ପ୍ରକାଶ କରିଥିଲେ । ଦମ୍ପତ୍ତିଙ୍କ ଏହି ଅନୁରୋଧକୁ ରକ୍ଷା କରି ବିବାହ ଭୋଜିକୁ ଆସିଥିବା ସମସ୍ତ ଅତିଥି ନିଜ ଘରୁ ଖାଦ୍ୟ ମଧ୍ୟ ଧରି ଆସିଥିଲେ । ଉଭୟ ବରକନ୍ୟାଙ୍କ ପକ୍ଷରୁ ମାତ୍ର ୨୫ ଜଣ ଅତିଥି ଏହି ବିବାହ ଉତ୍ସବରେ ସାମିଲ ହୋଇଥିଲେ । ସେମାନଙ୍କ ବିବାହରେ ମାତ୍ର ୪୯ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ଜଣାଯାଇଛି । ବିବାହ ଉତ୍ସବରେ ପିନ୍ଧିଥିବା ଡ଼୍ରେସକୁ ସେ ସେକେଣ୍ଡ ହ୍ୟାଣ୍ଡ ଦୋକାନରୁ କିଣିଥିବା ବେଳେ ଫଟୋଗ୍ରାଫି ତାଙ୍କର ଜଣେ ସାଙ୍ଗ କରିଥିଲେ । ଏଣୁ ବିବାହ ଖର୍ଚ୍ଚର୍କୁ ସିମୀତ ରଖିବା ପାଇଁ ସେ କରିଥିବା ଉଦ୍ୟମ ସଫଳ ହୋଇଛି ବୋଲି ନିଜେ ଆତ୍ମସନ୍ତୋଷ ଲାଭ କରିଛନ୍ତି ଫିଲିପ୍ସ ।
BREAKING NEWS
- Leave Iran immediately: ତୁରନ୍ତ ଇରାନ ଛାଡ…ତୃତୀୟ ଥର ପାଇଁ ଆଡଭାଇଜରୀ ଜାରି କଲା ଭାରତ
- Capital Hospital: ଡାକ୍ତରଙ୍କୁ ଆକ୍ରମଣ କଲେ ରୋଗୀଙ୍କ ସମ୍ପର୍କୀୟ; ଚିକିତ୍ସା ନମିଳିବାରୁ …
- Brown Sugar: ୧୨ ଲକ୍ଷ ଟଙ୍କାର ଧଳାଜହର ଜବତ, ୭ ଗିରଫ
- ଓଡ଼ିଶା ସରକାର ଓ ଏନଆଇଇପିଆଇଡି ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର;ଲକ୍ଷ୍ୟ ମାନସିକ ଅନଗ୍ରସର ବ୍ୟକ୍ତି…
- X down: ଗୋଟିଏ ସପ୍ତାହରେ ୨ୟ ଥର ପାଇଁ X ହେଲା ଡାଉନ, ଭାରତ ସମେତ ସାରା ବିଶ୍ୱର ୟୁଜର ପ୍ରଭାବିତ
- କିଟରେ ଚେସ୍ ମହାକୁମ୍ଭ ଉଦ୍ଯାପିତ
- ଏହି ଦିନ ରିଲିଜ ହେବ ପ୍ରଭାସଙ୍କ ‘ସ୍ପିରିଟ୍’…
- National Education Policy: ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ସଂସ୍କାର ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ୪ ସୂତ୍ରୀ ମନ୍ତ୍ର
- ଆଫ୍ରିଦୀଙ୍କ ଆଉ ଏକ ରେକର୍ଡ ଭାଙ୍ଗି ପାରନ୍ତି ରୋହିତ
- ଜ୍ବାଇଁଙ୍କ ସ୍ଵାଗତ ପାଇଁ ୧୫୮ ପ୍ରକାରର ସୁସ୍ୱାଦୁ ବ୍ୟଞ୍ଜନ, ଭାଇରାଲ ହେଉଛି ଭିଡିଓ…
Comments are closed.