ସାଧାରଣତଃ ନିଜ ନିଜର ବିବାହକୁ ସ୍ମରଣୀୟ ରଖିବାକୁ କିଏ କେତେ କ’ଣ କରିଥାନ୍ତି । ଏଥିଲାଗି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ମଧ୍ୟ ପଛାନ୍ତି ନାହିଁ । ହେଲେ ଏମିତି ଏକ ନବଦମ୍ପତି ଯିଏ ନିଜ ବିବାହ ଉତ୍ସବର ଖର୍ଚ୍ଚକାଟ କରିବାକୁ ଯାଇ ଏକ ଭିନ୍ନ ଉପାୟ ଅବଲମ୍ବନ କରିଥିଲେ । ଅତିଥିଙ୍କ ପାଖରେ ଏକ ସର୍ତ୍ତ ରଖିଥିଲେ ଯେ, ବିବାହ ଉତ୍ସବକୁ ଯିଏ ଆସିବେ, ତାଙ୍କୁ ସାଙ୍ଗରେ ଘରୁ ଖାଦ୍ୟ ଧରି ଆସିବାକୁ ହେବ । ଏହା ଶୁଣିଲେ ହୁଏତ ଆପଣଙ୍କୁ ଟିକେ ଖଟ୍କା ଲାଗିପାରେ । କିନ୍ତୁ ଏଭଳି ଘଟଣା ଘଟିଛି ଆମେରିକାରେ ।
ଆମେରିକାର ଯୁବକ ଶେଲବିି ଫିଲିପ୍ସ । ସ୍ଥାନୀୟ ଅଞ୍ଚଳ ବାସିନ୍ଦା ଗାରେଟ୍ଙ୍କ ସହ ବିବାହ ଠିକ୍ ହେଲା । ନିଜ ବିବାହ ଉତ୍ସବରେ ଖର୍ଚ୍ଚ କାଟ କରିବାକୁ ଯାଇ ସେ ଏକ ଉପାୟ ଅବଲମ୍ବନ କଲେ । ବାହାଘରକୁ ନିମନ୍ତ୍ରଣ କରିଥିବା ସମସ୍ତ ଅତିଥିଙ୍କୁ ସାଙ୍ଗରେ ଖାଦ୍ୟ ନେଇ ଆସିବାକୁ ନିମନ୍ତ୍ରଣପତ୍ରେ ଉଲ୍ଲେଖ କରିଥିଲେ । ଏହାକୁ ନେଇ ସେ ଏବେ ଚର୍ଚ୍ଚାରେ । ଫିଲିପ୍ସ କହିଛନ୍ତି, ଏଭଳି ନିମନ୍ତ୍ରଣ କରିବା ଉଦ୍ଦେଶ୍ୟ ଖର୍ଚ୍ଚ କାଟ । ଆଜିକାଲି ବ୍ରିଟେନରେ ଗୋଟିଏ ବିବାହ କରିବାକୁ ହେଲେ ପ୍ରାୟ ୩୨ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ସେ ଫଟୋଗ୍ରାଫର, ପୋଷାକ, ଫୁଲ ଏବଂ ଭୋଜିରେ ଖର୍ଚ୍ଚ କାଟ କରିଛନ୍ତି । ଏମିତି କି ନିମନ୍ତ୍ରିତ ସମସ୍ତ ଅତିଥି ଦମ୍ପତିଙ୍କ ଉଦ୍ୟମରେ ସହମତି ପ୍ରକାଶ କରିଥିଲେ । ଦମ୍ପତ୍ତିଙ୍କ ଏହି ଅନୁରୋଧକୁ ରକ୍ଷା କରି ବିବାହ ଭୋଜିକୁ ଆସିଥିବା ସମସ୍ତ ଅତିଥି ନିଜ ଘରୁ ଖାଦ୍ୟ ମଧ୍ୟ ଧରି ଆସିଥିଲେ । ଉଭୟ ବରକନ୍ୟାଙ୍କ ପକ୍ଷରୁ ମାତ୍ର ୨୫ ଜଣ ଅତିଥି ଏହି ବିବାହ ଉତ୍ସବରେ ସାମିଲ ହୋଇଥିଲେ । ସେମାନଙ୍କ ବିବାହରେ ମାତ୍ର ୪୯ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ଜଣାଯାଇଛି । ବିବାହ ଉତ୍ସବରେ ପିନ୍ଧିଥିବା ଡ଼୍ରେସକୁ ସେ ସେକେଣ୍ଡ ହ୍ୟାଣ୍ଡ ଦୋକାନରୁ କିଣିଥିବା ବେଳେ ଫଟୋଗ୍ରାଫି ତାଙ୍କର ଜଣେ ସାଙ୍ଗ କରିଥିଲେ । ଏଣୁ ବିବାହ ଖର୍ଚ୍ଚର୍କୁ ସିମୀତ ରଖିବା ପାଇଁ ସେ କରିଥିବା ଉଦ୍ୟମ ସଫଳ ହୋଇଛି ବୋଲି ନିଜେ ଆତ୍ମସନ୍ତୋଷ ଲାଭ କରିଛନ୍ତି ଫିଲିପ୍ସ ।
BREAKING NEWS
- Trump thanks India: ଆମେରିକାରେ ରିଲାଏନ୍ସର ‘ମାଷ୍ଟରଷ୍ଟ୍ରୋକ୍’
- Jasprit Bumrah: ମିଶନ ୨୦୨୭ – ବୁମରାଙ୍କ ବଡ଼ ନିଷ୍ପତ୍ତି !
- ଟି୨୦ ବିଶ୍ୱକପ ପରେ ଟ୍ରେନରେ ଲୁଚି କରି ଘରକୁ ଗଲେ ଏହି ଷ୍ଟାର ଖେଳାଳି
- LPG Fuel Made: କେଉଁ ଦେଶ ସବୁଠାରୁ ଅଧିକ ଉତ୍ପାଦନ କରେ LPG? କେମିତି ତିଆରି ହୁଏ ରନ୍ଧନ ଗ୍ୟାସ୍?
- ସ୍ୱଦେଶ ଫେରିବା ଆରମ୍ଭ କଲେ ୱେଷ୍ଟଇଣ୍ଡିଜ ଖେଳାଳି
- ଏଣିକି ପ୍ରତି ଜିଲ୍ଲାରେ ହେବ ପୁସ୍ତକ ମହୋତ୍ସବ
- Suspended: ମଦ ପିଇ ଆସିଥିଲେ ଅଫିସ୍…୩ ତହସିଲ କର୍ମଚାରୀଙ୍କୁ ନିଲମ୍ୱନ କଲେ ଜିଲ୍ଲାପାଳ
- Hotter Months Ahead: ଆକାଶରୁ ହେବ ଅଗ୍ନି ବର୍ଷା! ଭାରତକୁ କଲବଲ କରିପାରେ ଗରମ ମାସ…WMO କରାଇଲା ସତର୍କ
- ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇ ୩ କର୍ମଚାରୀ ବହିଷ୍କୃତ
- ଗୁପ୍ତଚର ଅଭିଯୋଗରେ ଭାରତୀୟ ନୌସେନାର ଜଣେ ଯବାନ ଗିରଫ, ISIକୁ ଦେଉଥିଲା ସମ୍ବେଦନଶୀଳ ସୂଚନା
Comments are closed.