ବଲାଙ୍ଗୀର:ବାହାଘରର ୧୦ ଦିନ ପରେ ଫେରାର ହୋଇଯାଇଛନ୍ତି ନବବଧୂ। ସେ ତାଙ୍କ ପ୍ରେମିକ ସହିତ ଫେରାର ହୋଇଥିବା ଅଭିଯୋଗ ହୋଇଛି। ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ ଏଭଳି ଅଭାବନୀୟ ଘଟଣା ଘଟିଛି ।
ତିନି ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ନଗଦ ୨୦ ହଜାର ଟଙ୍କା ନେଇ ଝିଅ ଫେରାର ହୋଇଥିବା କଣ୍ଟାବାଞ୍ଜି ଥାନାରେ ଅଭିଯୋଗ କରିଛନ୍ତି ନବବଧୂଙ୍କ ବାପା । ସେ ନିଜ ଝିଅ ଓ ପ୍ରେମିକ ନାଁରେ ଲିଖିତ ଅଭିଯୋଗ କରିଛନ୍ତି । ନବବଧୂଙ୍କ ସ୍ୱାମୀ ମୁକେଶ ମଧ୍ୟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ପୋଲିସ ଘଟଣାର ତଦନ୍ତ କରୁଛି।
ଗତ ଆଠ ତାରିଖ ଦିନ ସହରର ଧୋବପଡ଼ାର ଲକ୍ଷ୍ମୀପ୍ରିୟା ଓରଫ ବିନି ବେହେରା ମୁରିବାହାଲ ଥାନା ଅଞ୍ଚଳର ମୁକେଶଙ୍କୁ ବାହା ହୋଇଥିଲେ। ବାହାଘରର ୧୦ ଦିନ ପରେ ନିୟମ ମୁତାବକ ଘର ଲେଉଟାଣିରେ ବାପ ଘରକୁ ଆସିଥିଲେ ।