Latest Odisha News

BREAKING NEWS

ବିବାହର ୩ ସପ୍ତାହ ନପୁରୁଣୁ ନିଜ ସ୍ୱାମୀଙ୍କ ସହ ସବୁ ସମ୍ପର୍କ ଭାଙ୍ଗିବେ ପୁନମ ପାଣ୍ଡେ

ମୁମ୍ବାଇ: ନିଜ ତିନି ସପ୍ତାହର ବିବାହକୁ ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି ପୁନମ ପାଣ୍ଡେ । ହନିମୁନ୍‌ରେ ତାଙ୍କ ଉପରେ ଆକ୍ରମଣ ହେବା ପରେ ସେ ନିଜ ସ୍ୱାମୀ ସାମ୍ ବମ୍ବେଙ୍କ ସହ ବିବାହ ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ମୁମ୍ବାଇ ମିରର୍ ର ରିପୋର୍ଟ ଅନୁଯାୟୀ ପୁନମ କହିଛନ୍ତି ଯେ, ସେ ଆଉଥରେ ସେ ବ୍ୟକ୍ତିଙ୍କ ନିକଟକୁ ଫେରିବାକୁ ଚାହୁଁନାହାଁନ୍ତି, ଯିଏ ତାଙ୍କୁ ହନିମୁନ୍‌ରେ ପଶୁ ପରି ଆକ୍ରମଣ କରିଥିଲା।

ଘଟଣାର ସବିଶେଷ ତଥ୍ୟ ପ୍ରକାଶ କରି ପୁନମ କହିଛନ୍ତି ଯେ, ଯୁକ୍ତିତର୍କ ପରେ ସାମ ତାଙ୍କ କେଶ ଟାଣି ବେଡ କୋଣରେ ମୁଣ୍ଡକୁ ପିଟି ଦେଇଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସାମ ବିବାହ ପୂର୍ବରୁ ମଧ୍ୟ ତାଙ୍କୁ ନିର୍ଯ୍ୟାତନା ଦେଉଥିଲେ ଏବଂ ସେମାନଙ୍କ ସମ୍ପର୍କକୁ ବଞ୍ଚାଇବା ପାଇଁ ସେ ବହୁତ କଷ୍ଟ ସହିଥିଲେ।

ତେବେ ଏହି ବିବାଦୀୟ ମଡେଲ, ସେପ୍ଟେମ୍ବର ୧୦ ରେ ସାମଙ୍କ ସହିତ ବିବାହ କରିଥିଲେ ନବ ବିବାହିତ ଦମ୍ପତି ହନିମୁନ୍‌ ପାଇଁ ଗୋଆ ଯାଇଥିଲେ। ସେଠାରେ ତାଙ୍କ ସ୍ୱାମୀ ତାଙ୍କୁ ଆକ୍ରମଣ କରିଥିବା ପୁନମ ଅଭିଯୋଗ ଆଣିଥିଲେ । ଏହାପର ଦିନ ସାମଙ୍କୁ ଗିରଫ କରାଯାଇଥିଲା ଏବଂ ପରଦିନ ସେ ଜାମିନରେ ମୁକ୍ତ ହୋଇଥିବା ସୂଚନା ରହିଛି।

Leave A Reply

Your email address will not be published.