Latest Odisha News

BREAKING NEWS

ଦୂରଦର୍ଶନର ଲୋକପ୍ରିୟ ନ୍ୟୁଜ ଆଙ୍କର ଗୀତାଞ୍ଜଳୀଙ୍କ ପରଲୋକ

ନୂଆଦିଲ୍ଲୀ: ଦୂରଦର୍ଶନର ଲୋକପ୍ରିୟ ନ୍ୟୁଜ ଆଙ୍କର ଗୀତାଞ୍ଜଳୀ ଆୟାରଙ୍କ ବୁଧବାର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା । ସେ ତାଙ୍କ କ୍ୟାରିୟରରେ ୪ଥର ଶ୍ରେଷ୍ଠ ଆଙ୍କର ପୁରସ୍କାର ପାଇଛନ୍ତି । ନ୍ୟୁଜ ଆଙ୍କର ବ୍ୟତୀତ ସେ ଏ ଡେଟ ୱିଥ ୟୁର ସଂଚାଳକ ମଧ୍ୟ ଥିଲେ । ଇଂରାଜୀ ନ୍ୟୁଜ ପଢ଼ିବାରେ ତାଙ୍କର ସ୍ୱତନ୍ତ୍ର ଶୈଳୀଙ୍କୁ ଭ୍ୟୁୟର୍ସମାନେ ବେଶ ପସନ୍ଦ କରୁଥିଲେ । ଥରେ ଏକ ସାକ୍ଷାତକାରରେ ସେ କହିଥିଲେ ମୁଁ ୬ ବର୍ଷ ବୟସରୁ ନ୍ୟୁଜ ପଢ଼ିବା ନେଇ ଆକୃଷ୍ଟ ହୋଇଥିଲି । ୮୦ ଦଶକରେ ସେ ଏକ ଚର୍ଚ୍ଚିତ ଚେହେରା ପାଲଟି ଯାଇଥିଲେ । ତାଙ୍କ ବିୟୋଗରେ ପତ୍ରକାରଙ୍କ ଦୁନିଆରେ ଶୋକର ବାତାବରଣ ଖେଳି ଯାଇଛି । ୧୯୭୧ରେ ସେ ଦୂରଦର୍ଶନରେ ଚାକିରୀ କରିଥିଲେ । ୧୯୮୯ରେ ତାଙ୍କୁ ଇନ୍ଦିରା ଗାନ୍ଧୀ ପ୍ରିୟଦର୍ଶନୀ ପୁରସ୍କାର ମଧ୍ୟ ମିଳିଥିଲା ।

ଅଣ୍ଡର ଗ୍ରାଜୁଏଶନ ଡିଗ୍ରୀ ପୂରଣ କରିବା ପରେ ସେ କୋଲକାତାର ଲୋରେଟ କଲେଜରେ ଗ୍ରାଜୁଏଶନ କରିଥିଲେ । ନ୍ୟାଶନାଲ ସ୍କୁଲ ଅଫ ଡ୍ରାମାରେ ମଧ୍ୟ ସେ ଡିପ୍ଲୋମା କରିଥିଲେ । ନ୍ୟୁଜ ଆଙ୍କର ଭାବେ ସଫଳ କ୍ୟାରିୟର ସମ୍ପନ୍ନ କରିବା ପରେ ସେ କର୍ପୋରେଟ ସଂଚାର, ସିଆଇଆଇର ପରାମର୍ଶଦାତା ଏବଂ ଧାରାବାହିକ ଖାନଦାନରେ ମଧ୍ୟ କାମ କରିଥିଲେ ।

Comments are closed.