Latest Odisha News

BREAKING NEWS

ଅଣ୍ଡରୱାର୍ଲଡ ଡନ ଦାଉଦ ଇବ୍ରାହିମ ଡାକ୍ତରଖାନାରେ ଭର୍ତ୍ତି: ବିଷ କ୍ରିୟା ଯୋଗୁ ଅବସ୍ଥା ଗୁରୁତର ହାଇଥିବା ସୋସିଆଲ ମିଡିଆରେ ଭାଇରାଲ

ନୂଆଦିଲ୍ଲୀ:ମୋଷ୍ଟ ୱାଣ୍ଟେଡ ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମଙ୍କୁ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି, କରାଚିରେ ତାଙ୍କୁ ବିଷ ଦେଇ ଦିଆଯାଇଛି । ଏହାପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କର ଅବସ୍ଥା ଏବେ ଗୁରୁତର ଥିବା କୁହାଯାଉଛି । ଯଦିଓ ଏ ସମ୍ପର୍କିତ ଖବରକୁ ନେଇ ସଠିକ ପ୍ରମାଣ ମିଳି ନାହିଁ ତେବେ ସୋସିଆଲ ମିଡିଆରେ ଏହି ଖବର ଭାଇରାଲ ହୋଇଛି ।

ୟୁଜର୍ସଙ୍କ କହିବା ଅନୁଯାୟୀ, ଦାଉଦ ଇବ୍ରାହିମଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କେହି ଅଜଣା ବ୍ୟକ୍ତି ତାଙ୍କୁ ବିଷ ଦେଇଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଦାଉଦ ଗ୍ୟାଙ୍ଗର ପୂର୍ବତନ ସଦସ୍ୟ ସୂଚନା ଦେଇଛନ୍ତି, ଦାଉଦ ଗୁରୁତର ରୋଗରେ ଆକ୍ରାନ୍ତ ହୋଇ କରାଚି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଦୁଇ ଦିନ ତଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କୁ କଡା ସୁରକ୍ଷା ମଧ୍ୟରେ ରଖାଯାଇଛି । ଯେଉଁ ଫ୍ଲୋରରେ ତାଙ୍କୁ ରଖାଯାଇଛି ସେଠାକୁ କାହାକୁ ଯିବାକୁ ଅନୁମତି ଦିଆଯାଇ ନାହିଁ । ଶୀର୍ଷ ଅଧିକାରୀ ଏବଂ ପରିବାରର ପାଖ ଲୋକ ହିଁ ତାଙ୍କୁ ଦେଖା କରିବାକୁ ଯାଉଛନ୍ତି ।

ଅବଶ୍ୟ ତାଙ୍କୁ ବିଷ ଦିଆ ଯାଇଛି କି ନାହିଁ ଜଣାନାହିଁ । ତେବେ ପୋଲିସ ଦାଉଦଙ୍କ ସମ୍ପର୍କୀୟଙ୍କୁ ଏ ବିଷୟରେ ଅଧିକ ଜାଣିବା ପାଇଁ ଜେରା କରୁଛି । ଜିଓ ଟିଭି ନ୍ୟୁଜର ସୋସିଆଲ ମିଡିଆରେ ଏହି ଖବରକୁ ନେଇ କହିଛି, ଦାଉଦ ଇବ୍ରାହିମଙ୍କୁ ନେଇ ଗୁଜବ ଶୁଣିବାକୁ ମିଳୁଛି । ତେବେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବାର କାରଣ ନେଇ ପାକିସ୍ତାନୀ ମିଡିଆ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ ।

ତେବେ ପାକିସ୍ତାନୀ ସାମ୍ବାଦିକ ଆରଜୁ କାଜମୀ ୟୁଟ୍ୟୁବରେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି, ସୋସିଆଲ ମିଡିଆରେ ଦାଉଦ ଇବ୍ରାହିମଙ୍କୁ ନେଇ ଚର୍ଚ୍ଚା ଚାଲିଛି । ସେ କୌଣସି ଏକ ବଡ ଘଟଣାକୁ ନେଇ ସନ୍ଦେହ କରି କହିଛନ୍ତି, ପାକିସ୍ତାନୀ ସୋସିଆଲ ମିଡିଆ କାମ କରୁନାହିଁ । ୟୁଟ୍ୟୁବ ଏବଂ ଗୁଗୁଲ ସର୍ବର ବି ଡାଉନ ରହିଛି ।  ସେ କହିଛନ୍ତି, ଦାଉଦଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କୁହାଯାଉଛି, ତାଙ୍କୁ ବିଷ ଦିଆଯାଇଛି । ତାଙ୍କର ଅବସ୍ଥା ମଧ୍ୟ ସଙ୍କଟାପନ୍ନ ରହିଛି ବୋଲି ଖବର ସୋସିଆଲ ମିଡିଆରେ ଶୁଣିବାକୁ ମିଳୁଛି । ତେବେ ଏହି ଖବର ପ୍ରଚାର ପରେ ପାକିସ୍ତାନର ସୋସିଆଲ ମିଡିଆ ଠପ ହୋଇ ଯିବା ପରେ କିଛି ବଡ କାରଣ ରହିଥିବା ସେ କହିଛନ୍ତି ।

Leave A Reply

Your email address will not be published.