Latest Odisha News

BREAKING NEWS

ଟି୨୦ ବିଶ୍ୱକପ ଅଧାରୁ ସ୍ୱଦେଶ ପ୍ରତ୍ୟାବର୍ତନ କଲେ ହେନେରୀ

ନୂଆଦିଲ୍ଲୀ: ଚଳିତ ଟି୨୦ ବିଶ୍ୱକପ ଅଧାରୁ ନ୍ୟୁଜିଲାଣ୍ଡର ଷ୍ଟାର ଖେଳାଳି ମ୍ୟାଟ୍ଟ ହେନେରୀ ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି । ତାଙ୍କ ପତ୍ନୀ ହ୍ୟାଲୀ ଦ୍ୱିତୀୟ ସନ୍ତାନର ମାଆ ହେବାର ସୌଭାଗ୍ୟ ଅର୍ଜନ କରିଛିନ୍ତି । ପତ୍ନୀଙ୍କ ସହ ରହିବା ପାଇଁ ହେନେରୀ ସ୍ୱଦେଶ ଯାଇଛନ୍ତି । ନ୍ୟୁଜିଲାଣ୍ଡ ସେମିଫାଇନାଲରେ ପ୍ରବେଶ କଲେ ହେନେରୀ ପୂନର୍ବାର ଖେଳିବାକୁ ଆସିବେ ବୋଲି ସ୍ପଷ୍ଟ କରିଛନ୍ତି । ଇଂଲଣ୍ଡକୁ ନ୍ୟୁଜିଲାଣ୍ଡ ହରାଇଦେଲେ ସେମିଫାଇନାଲରେ ପ୍ରବେଶ କରିବ ।

ଟିମ ପରାଜିତ ହେଲେ ଶ୍ରୀଲଙ୍କା ଓ ପାକିସ୍ତାନ ମ୍ୟାଚର ଫଳାଫଳ ଉପରେ ନ୍ୟୁଜିଲାଣ୍ଡର ଭାଗ୍ୟ ନିର୍ଭର କରିବ । ଦଳର ମୂଖ୍ୟ କୋଚ ରୋବ ୱାଲ୍ଟର ହେନେରୀ ଓ ତାଙ୍କ ପତ୍ନୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଆମ ଶୁଭକାମନା ତୁମ ସହିତ ରହିଛି ବୋଲି ସେ କହିଛନ୍ତି । ଆମେ ସେମିରେ ପ୍ରବେଶ କଲେ ହେନେରୀ ଖେଳିବାକୁ ଆସିବ । ନ୍ୟୁଜିଲାଣ୍ଡକୁ ଚାମ୍ପିୟନ ରୂପେ ଦେଖିବାକୁ ସେ ସର୍ବଦା ଚାହିଁବେ ।

Leave A Reply

Your email address will not be published.