ନୂଆଦିଲ୍ଲୀ: ସାରା ବିଶ୍ୱ ଏବେ କରୋନା ରୋକିବାକୁ ନେଇ ଚିନ୍ତାରେ ଅଛି । ଏହି ସମୟରେ ହୁ ଏକ ଚିନ୍ତାଜନକ ରିପୋର୍ଟ ଦେଇଛି । ଆଗୁକୁ ଆସୁଥିବା କୋଭିଡ ଭାରିଆଣ୍ଟ ଓମିକ୍ରନ୍ ଠାରୁ ବିପଦ ବୋଲି ଆଜି ଏକ ପ୍ରେସ୍ ମିଟ୍ରେ ହୁ କହିଛି । ସାମ୍ବାଦିକ ସମ୍ମିଳନୀରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଏପିଡେମୋଲୋଜିଷ୍ଟ ତଥା କୋଭିଡ-୧୯ ବିଶେଷଜ୍ଞ ଡାକ୍ତର ମାରିଆ ୱାନା କେରଖୋଭ ଭାରିଆଣ୍ଟ ଉପରେ ଚିନ୍ତା ଜନକ ମନ୍ତବ୍ୟ ଦେଇଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି କୋଭିଡ ଏବେ କମିବା ଅସମ୍ଭବ । ଭବିଷ୍ୟତରେ ଏହି ମହାମାରୀ ମାରାତ୍ମକ ଭାଇରସ ଭାବେ ସାମ୍ନାକୁ ଆସିବ ଏବଂ ଅନେକ ଲୋକଙ୍କ ଜୀବନ ନେବ । ତେଣୁ ସମସ୍ତେ ଏବେ ଠାରୁ ସତର୍କ ହେବା ଦରକାର ।
ସେ ଆହୁରି କହିଛନ୍ତି କୋଭିଡ ଭାଇରସ ଆଗକୁ ଭୟଙ୍କର ହେବ । ଏହା ସହିତ ଏହା ଅଧିକ ମାତ୍ରାରେ ବ୍ୟାପିବ ।
What are potential future scenarios on #COVID19 and #Omicron? WHO’s Dr @mvankerkhove explains. ⬇ pic.twitter.com/joaHlgmLKi
— World Health Organization Philippines (@WHOPhilippines) February 6, 2022
Comments are closed.