Latest Odisha News

ରସିଦ କହିବ ଚାଉଳ କାହାର ?

ଭୁବନେଶ୍ୱର: ମାଗଣା ଚାଉଳକୁ ନେଇ ଆଉ ଚଳିବନି ରାଜନୀତି । ମିଛରେ ନିଜର କହି ଆଉ ବାହାବାହା ନେଇ ପାରିବେନି ରାଜ୍ୟ ସରକାର । ମାଗଣା ଚାଉଳ କାହାର ? ରାଜ୍ୟ ଦେଉଛି ନା କେନ୍ଦ୍ର ? ଏନେଇ ବିବାଦ ପରେ ଚଳିତ ଜାନୁଆରୀ ମାସରୁ କେନ୍ଦ୍ର ସରକାର ନୂଆ ନିଷ୍ପତ୍ତି ନେଇଛନ୍ତି ।

କେନ୍ଦ୍ର ସରକାରଙ୍କ ନୂଆ ନିଷ୍ପତ୍ତି ଅନୁସାରେ, ଜାତୀୟ ଖାଦ୍ୟ ସୁରକ୍ଷା ଅଧିନରେ ଜାନୁଆରୀ ୨୦୨୩ରୁ ବର୍ଷେ ଯାଏ ହିତାଧିକାରୀଙ୍କୁ ମାଗଣା ଚାଉଳ ମିଳିବ । ଅର୍ଥାତ୍ ସମସ୍ତ ହିତାଧିକାରୀ ଡିସେମ୍ବର ଯାଏ ଚାଉଳ ମାଗଣାରେ ପାଇବେ ।

ଏଥିସହ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ପାଉଥିବା ହିତାଧିକାରୀଙ୍କୁ ସ୍ୱତନ୍ତ୍ର ରସିଦ ପ୍ରଦାନ ପାଇଁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ରସିଦରେ କେନ୍ଦ୍ର ଦେଉଥିବା ସବସିଡି ମଧ୍ୟ ଉଲ୍ଲେଖ ରହିବ ।

ପୂର୍ବରୁ କେନ୍ଦ୍ର ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ କେଜି ପିଛା ୩ ଟଙ୍କା, ଗହମ କେଜି ପିଛା ୨ ଟଙ୍କା ମୂଲ୍ୟରେ ଯୋଗାଉ ଥିଲେ । ନିକଟରେ ମାଗଣା ଚାଉଳକୁ ନେଇ ବିଜେଡି, ବିଜେପି ନେତାଙ୍କ ମଧ୍ୟରେ ବାକଯୁଦ୍ଧ ଲାଗି ରହିଥିବା ବେଳେ କେନ୍ଦ୍ର ସରକାର ହିତାଧିକାରୀଙ୍କୁ ରସିଦ ପ୍ରଦାନ ପାଇଁ ନିଷ୍ପତ୍ତି ନେଇଛନ୍ତି ।

Comments are closed.