Latest Odisha News

କ୍ୱାରେଣ୍ଟାଇନ ସେଣ୍ଟରରେ ଅବ୍ୟବସ୍ଥା ବିରୋଧରେ ଭଦ୍ରକରେ ଜାତୀୟ ରାଜପଥ ଅବରୋଧ

ଭଦ୍ରକ: କ୍ୱାରେଣ୍ଟାଇନ ସେଣ୍ଟରରେ ବ୍ୟାପକ ଅବ୍ୟବସ୍ଥା ଅଭିଯୋଗରେ ଜାତୀୟ ରାଜପଥ ଅବରୋଧ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକରେ । ୧୬ ନମ୍ୱର ଜାତୀୟ ରାଜପଥ କଲେଜ ଛକର ଓଭର ବ୍ରିଜ ନିକଟରେ ରାସ୍ତାକୁ ଅବରୋଧକରିଛନ୍ତି ଶହ ଶହ ପ୍ରବାସୀ । ରାସ୍ତା ଅବରୋଧରେ ମଧ୍ୟ ସାମିଲ ହୋଇଛନ୍ତି ଛୋଟ ଛୋଟ ପିଲା ଓ ମହିଳା ।

ଅଭିଯୋଗ ଅନୁସାରେ ବିଭିନ୍ନ ରାଜ୍ୟରୁ ଆସୁଥିବା ପ୍ରବାସୀମାନଙ୍କୁ ଭଦ୍ରକ ସ୍ୱୟଂଶାସିତ କଲେଜର କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା । ମାତ୍ର ପ୍ରବାସୀମାନେ ଥିବା କ୍ୱାରେଣ୍ଟାଇନ ସେଣ୍ଟରରେ କୌଣସି ପ୍ରକାରର ଆନୁସଙ୍ଗିକ ବ୍ୟବସ୍ଥା ନଥିବାର ଅଭିଯୋଗ ହୋଇଛି । ଏମିତିକି କରୋନା ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଇନଥିବା ସହ ଖାଦ୍ୟ ପାନୀୟର ମଧ୍ୟ ବ୍ୟବସ୍ଥା କରାଯାଇନଥିବା କହିଛନ୍ତି ଆନ୍ଦୋଳନକାରୀ । ଚାରି ଦିନ ହେଲା ସେଠାରେ ରହିଥିଲେବି ନିଜ ନିଜ ଘରକୁ ଯିବାଲାଗି ପ୍ରଶାସନ ପକ୍ଷରୁ କୌଣସି ବନ୍ଦବୋସ୍ତ କରାଯାଇନଥିବାରୁ ତାତିଥିଲେ ପ୍ରବାସୀ ।

ଭଦ୍ରକ କଲେଜରେ ବହୁ ପ୍ରବାସୀ ରାତିସାରା ଅନିଦ୍ରା ରହିଥିବା ଜଣାପଡ଼ିଛି । ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଏସମ୍ପର୍କରେ ଅବଗତ କରାଇତିଲେ ବି ସେ ନିଦାବିଷ୍ଣୁ ସାଜିଥିବା କହିଛନ୍ତି ପ୍ରବାସୀ । ଆଉ ଶେଷରେ ବାଧ୍ୟ ହୋଇ ଆଉ ସକାଳୁ ସକାଳୁ ବାହାରି ଆସିଥିଲେ ରାଜରାସ୍ତା ଉପରକୁ । ତେବେ ଦୀର୍ଘସମୟ ଧରି ରାସ୍ତା ଅବରୋଧ ଯୋଗୁଁ ୧୬ ନମ୍ୱର ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ଓ ଗମନାଗମନ ଠପ୍ ହୋଇପଡ଼ିଛି । ଶହ ଶହ ମାଲ ବୋଝେଇ ଟ୍ରକ୍ ସମେତ ଅନ୍ୟାନ୍ୟ ଗାଡ଼ି ମଧ୍ୟ ରାସ୍ତାକଡ଼ରେ ପଡ଼ିରହିଛି ।

Leave A Reply

Your email address will not be published.