ଭବନେଶ୍ୱର: ଖୁବ୍ଶୀଘ୍ର କଟକ-ଭୁବନେଶ୍ୱର ମଧ୍ୟରେ ହେବ ଲେନ୍ ଡ୍ରାଇଭିଂ ବ୍ୟବସ୍ଥା । ଏନ୍ଏଚ୍-୧୬ର ଉଭୟ ପଟେ ତିନୋଟି ଲେଖାଏଁ ଲେନ୍ ଅଛି । ତେଣୁ ଲେନ୍ ଡ୍ରାଇଭିଂ ବ୍ୟବସ୍ଥା କରାଯିବା ଉଚିତ । ଏହାଦ୍ୱାରା ଯାତ୍ରାର ସମୟ କମିବ, ଗାଡିର ଗତି ବଢ଼ିବ ଏବଂ ଦୁର୍ଘଟଣା କମିବ ବୋଲି ଡିସିପି ସାଗରିକା ନାଥ କହିଛନ୍ତି ।
ସେ ଆହୁରି ମଧ୍ୟ ଜଣାଇଛନ୍ତି ଯେ ବିଶେଷ କରି ଓଭର ଟେକିଂ ସମୟରେ ଦୁର୍ଘଟଣା ହେଉଥିବାରୁ ଲେନ୍ ଡ୍ରାଇଭିଂରେ ଏହି ସମସ୍ୟା କମିବ। ସବୁଠୁ ଦ୍ରୁତ ଗତିରେ ଯାଉଥିବା ଗାଡ଼ି ସଂପୂର୍ଣ୍ଣ ଡାହାଣ ପଟେ, ତାଠାରୁ କମ୍ ଗତିର ମଝିରେ ଓ ସବୁଠୁ ଧୀରେ ଯାଉଥିବା ଗାଡ଼ି ସଂପୂର୍ଣ୍ଣ ଭାବେ ବାମ ପଟେ ଗତି କରିବ। ଭୁବନେଶ୍ୱର ଓ କଟକ ମଧ୍ୟରେ ଲେନ୍ ଡ୍ରାଇଭିଂ ସଫଳ ହେଲେ ଅନ୍ୟ ରାସ୍ତାରେ ମଧ୍ୟ ଏହାକୁ ପ୍ରୟୋଗ କରାଯାଇପାରେ ବୋଲି ଡିସିପି ଟ୍ରାଫିକ ସାଗରିକା ନାଥ ପ୍ରସ୍ତାବ ଦେଇଛନ୍ତି।
କଟକ-ଭୁବନେଶ୍ୱର ମଧ୍ୟରେ ଲେନ୍ ଡ୍ରାଇଭିଂ ପାଇଁ ପ୍ରସ୍ତାବ ଦେଇଛି କମିଶନରେଟ ପୋଲିସ। ଏନେଇ ଗୃହ ବିଭାଗର ପ୍ରମୁଖ ସଚିବଙ୍କୁ ଏକ ଚିଠି ଲେଖିଛନ୍ତି ଟ୍ରାଫିକ ଡିସିପି ସାଗରିକା ।
Comments are closed.