ଭୁବନେଶ୍ୱର: ରାୟଗଡ଼ା ଜିଲ୍ଲାରେ ଅନସୂଚୀତ ଜାତି ବର୍ଗର ଜଣେ ଯୁବକଙ୍କୁ ବିବାହ କରିଥିବା ଅନୁସୂଚୀତ ଜନଜାତି ବର୍ଗର ଜଣେ ମହିଳାଙ୍କ ପରିବାରକୁ ଗ୍ରାମବାସୀମାନେ ସାମାଜିକ ବାସନ୍ଦ କରିବା ସଂପର୍କିତ ଗଣମାଧ୍ୟମ ରିପୋର୍ଟ ଉପରେ ସ୍ବତଃ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଜାତୀୟ ମାନବାଧିକାର କମିଶନ (ଏନଏଚଆରସି) ।
ରିପୋର୍ଟ ଅନୁସାରେ ଯଦି ମହିଳାଙ୍କ ପରିବାର ପୁଣି ସମାଜକୁ ଫେରିବାକୁ ଚାହାଁନ୍ତି, ତେବେ ସେମାନଙ୍କୁ ଏକ ଶୁଦ୍ଧୀକରଣ ଅନୁଷ୍ଠାନ କରିବାକୁ ହେବ ବୋଲି ଗ୍ରାମବାସୀମାନେ ଦାବି କରିଥିଲେ। ଯଦି ସେମାନେ ଏହି ପରମ୍ପରା ପାଳନ ନ କରନ୍ତି, ତେବେ ସେମାନଙ୍କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାସନ୍ଦ କରିବାକୁ ଗ୍ରାମବାସୀ ଧମକ ଦେଇଥିଲେ।
କମିଶନ କହିଛନ୍ତି ଯେ ଯଦି ଗଣମାଧ୍ୟମ ରିପୋର୍ଟର ବିଷୟବସ୍ତୁ, ଯଦି ସତ୍ୟ ହୋଇଥାଏ, ତେବେ ପୀଡିତାଙ୍କ ମାନବାଧିକାର ଉଲ୍ଲଂଘନ ନେଇ ଏକ ଗମ୍ଭୀର ମାମଲା ସୃଷ୍ଟି ହେଉଛି। ତେଣୁ କମିଶନ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ଏକ ନୋଟିସ ଜାରି କରି ଦୁଇ ସପ୍ତାହ ମଧ୍ୟରେ ଏ ସମ୍ପର୍କରେ ବିସ୍ତୃତ ରିପୋର୍ଟ ମାଗିଛନ୍ତି।
୨୧ ଜୁନ ୨୦୨୫ରେ ପ୍ରକାଶିତ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମହିଳାଙ୍କ ପରିବାର ସଦସ୍ୟମାନେ ଗ୍ରାମବାସୀଙ୍କ ନିର୍ଦ୍ଦେଶ ଆଗରେ ନତମସ୍ତକ ହୋଇଥିଲେ ଓ ଶୁଦ୍ଧୀକରଣ ପରମ୍ପରା ଅନୁସାରେ ପରିବାରର ୪୦ ଜଣ ସଦସ୍ୟଙ୍କ ମୁଣ୍ଡ ଲଣ୍ଡା କରାଯାଇଥିଲା।
Comments are closed.