Latest Odisha News

BREAKING NEWS

ବାରଣାସୀରୁ ଧରାପଡିଲା ଆଇଏସ୍ଆଇଏସ ଅପରେଟିଭ୍

ନୂଆଦିଲ୍ଲୀ: କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ୨୪ ବର୍ଷୀୟ ଆଇଏସଆଇଏସ ଅପରେଟିଭକୁ ବାରଣାସୀରୁ ଗିରଫ କରିଛି। ଅଭିଯୁକ୍ତ ଜଣକ ବାସିତ କଲାମ ସିଦ୍ଦିକି ବୋଲି ଜଣାପଡିଛି। ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ ଅଫ୍ ଇରାକ ଏବଂ ସିରିଆ (ଆଇଏସ୍ଆଇଏସ୍) ସମ୍ବନ୍ଧରେ ପଞ୍ଜୀକୃତ ହୋଇଥିବା ଏକ ମାମଲାରେ ଅକ୍ଟୋବର ୧୯ ତାରିଖରେ ବାରଣାସୀ ଏବଂ ଦିଲ୍ଲୀରେ ଏନଆଇଏ ଚଢଉ କରିଥିଲା। ଏନଆଇଏ ଜୁନ୍ ୨୦୨୧ ରେ ଆଇଏସଆଇଏସକୁ ନେଇ UAPA ଅଧୀନରେ ଏକ ଏଫଆଇଆର ପଞ୍ଜୀକୃତ କରିଥିଲା। ଆଇଏସ୍ଆଇଏସ୍ ଅପରେଟିଭ୍ ଦ୍ୱାରା ପରିଚାଳିତ ଭଏସ୍ ଅଫ୍ ହିନ୍ଦ ନାମକ ଏକ ପତ୍ରିକା ମାଧ୍ୟମରେ ଯୁବକମାନଙ୍କୁ ପ୍ରବର୍ତ୍ତେଇବା ବିରୁଦ୍ଧରେ ଏହି ଏଫଆଇଆର କରାଯାଇଥିଲା।

ଏନଆଇଏ ମୁଖପାତ୍ର ସଞ୍ଜୁକତା ପର୍ଶରଙ୍କ ଅନୁଯାୟୀ, ଅନୁସନ୍ଧାନ ବେଳେ ବାରଣାସୀ ନିବାସୀ ବାସିତ କଲାମ ସିଦ୍ଦିକି ଆଇଏସଆଇଏସ ପାଇଁ ନିଯୁକ୍ତି କାମ କରୁଥିବା ଜଣାପଡିଛି। ଭାରତରେ ଆଇଏସ୍ଆଇଏସରେ ଯିବାକୁ ଯୁବକମାନଙ୍କୁ ପ୍ରବର୍ତ୍ତାଇ ନିଯୁକ୍ତି କାର୍ଯ୍ୟ କରୁଥିଲା। ବାସିତ କଲାମ ମଧ୍ୟ ‘ଭଏସ୍ ଅଫ୍ ହିନ୍ଦ’ ମଡ୍ୟୁଲର ଏକ ଅଂଶ ଯେଉଁଥିରେ ISJK ଆମିର, ଉମର ନିସର କାସୀମ ଖୁରାସାନି ମଧ୍ୟ ସାମିଲ ଥିଲେ। ଏହି ମଡ୍ୟୁଲର ଯେଉଁ ଆଜେଣ୍ଡା ଥିଲା ତାହା ଏହି ମଡ୍ୟୁଲ୍ ଦ୍ୱାରା ‘ଭଏସ୍ ଅଫ୍ ଖୁରାସାନ୍’ ନାମକ ଏକ ଅନଲାଇନ୍ ପତ୍ରିକା ମାଧ୍ୟମରେ ଆଗକୁ ପ୍ରସାରିତ ହେଉଥିଲା।

ବାସିତ କଲାମ ଆଇଏସ୍ଆଇଏସର ହ୍ୟାଣ୍ଡେଲର୍ମାନଙ୍କ ସହିତ ନିରନ୍ତର ଯୋଗାଯୋଗରେ ଥିଲେ ଏବଂ ତାଙ୍କ ନିର୍ଦ୍ଦେଶରେ ଭଏସ୍ ଅଫ୍ ଖୁରାସାନ୍ ନାମକ ଏକ ପତ୍ରିକା ଚଳାଉଥିଲେ। ଆଫଗାନିସ୍ତାନରେ ଉପସ୍ଥିତ ଥିବା ହ୍ୟାଣ୍ଡଲର୍ ମାଧ୍ୟମରେ ବେସ୍, କଳା ପାଉଡର ଏବଂ ଅନ୍ୟାନ୍ୟ ରାସାୟନିକ ପଦାର୍ଥ ମାଧ୍ୟମରେ IED ତିଆରି କରିବାକୁ ଚେଷ୍ଟା କରୁଥିଲେ। ଆହୁରି ମଧ୍ୟ ବାସିତ ଟେଲିଗ୍ରାମ୍ ମାଧ୍ୟମରେ ଅନ୍ୟ ଅପରେଟିଭ୍ ଯଥା ଆଇଏସ୍ଆଇଏସରେ ସାମିଲ ହେବାକୁ ଅନଲାଇନ୍ ଟ୍ରେନିଂ ଦେଉଥିଲା। ଉଦ୍ଦେଶ୍ୟ ଏହା ଥିଲା ଯେ ଭାରତର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଏହି ବିସ୍ଫୋରଣ କରାଯିବା।

NIA ବାସିତର ଠିକଣାରୁ ଗୋପନୀୟ ଡକ୍ୟୁମେଣ୍ଟ, IED ତିଆରି କରିବା ଫର୍ମୁଲା, ମୋବାଇଲ୍ ଫୋନ୍, ପେନ୍ ଡ୍ରାଇଭ୍ ଜବତ କରିଛି। ବାସିତ ଖୁବ୍ ଶୀଘ୍ର ଭାରତ ଛାଡି ଆଇଏସ୍ଆଇଏସର ମୁଖ୍ୟ ଆସନରେ ବସିବାର ପ୍ରୟାସ ଚଳେଇଥିଲା। ଯାହାଫଳରେ ସେ ବିଦେଶରେ ବସି ଭାରତର ମାଟିରେ ଆତଙ୍କ ଖେଳାଇପାରିବ।

Comments are closed.