Latest Odisha News

BREAKING NEWS

ଆଣ୍ଟିଲିଆ ବିସ୍ଫୋରକ ଜବତ ମାମଲାରେ ଆଉ ୨ ଜଣଙ୍କୁ ଗିରଫ କଲା ଏନଆଇଏ

ନୂଆଦିଲ୍ଲୀ: ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନଆଇଏ) ଦ୍ୱାରା ଚଳିତ ବର୍ଷ ଫେବୃଆରୀରେ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଦକ୍ଷିଣ ମୁମ୍ବାଇସ୍ଥିତ ବାସଭବନ ବାହାରେ ବିସ୍ଫୋରକ ସାମଗ୍ରୀ ଭର୍ତ୍ତି ଏକ ଏସ୍‌ୟୁଭି ଜବତ କରାଯାଇଥିଲା। ସମ୍ପୃକ୍ତ ଘଟଣା ସହ ଜଡ଼ିତ ଆଉ ଦୁଇ ଜଣଙ୍କୁ ଏନଆଇଏ ଗିରଫ କରିଛି ବୋଲି ସୂତ୍ରରୁ ପ୍ରକାଶ। ଗିରଫ ହୋଇଥିବା ବ୍ୟକ୍ତିମାନେ ସନ୍ତୋଷ ଶେଲାର ଏବଂ ଆନନ୍ଦ ଯାଦବ ବୋଲି ଜଣାପଡିଛି।

ଆଣ୍ଟିଲିଆ ବିସ୍ଫୋରକ ସାମଗ୍ରୀ ଜବତ ଘଟଣା ସହ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟରେ ହାଜର କରାଯାଇଥିଲା ଏବଂ ଆଣ୍ଟିଲିଆ ବୋମା ଭୟ ମାମଲାର ଅଧିକ ତଦନ୍ତ ପାଇଁ ଜୁନ୍ ୨୧ ପର୍ଯ୍ୟନ୍ତ ଏନଆଇଏ ସେମାନଙ୍କୁ ହେପାଜତକୁ ନିଆଯାଇଥିବା ସୂଚନା ମିଳିଛି।

Leave A Reply

Your email address will not be published.