Latest Odisha News

ଧରାପଡିଲା ଖଲିସ୍ତାନ ଆତଙ୍କବାଦୀ ଗୁରଜିତ୍‌

ନୂଆଦିଲ୍ଲୀ:ଏନଆଇଏକୁ ବୁଧବାର ବଡ ସଫଳତା ହାତ ଲାଗିଛି । ଦୀର୍ଘ ଦିନ ପରେ ଇନ୍ଦିରା ଗାନ୍ଧୀ ବିମାନ ବନ୍ଦରରେ ଖଲିସ୍ତାନ ଆତଙ୍କବାଦୀ ଗୁରଜିତ ସିଂ ନିଜ୍ଜର ଧରାପଡିଛି । ସେ ସାଇପ୍ରସରେ ଲୁଚି ରହିଥିଲା । ଏବେ କେନ୍ଦ୍ର ସରକାର ବିରୋଧରେ ଚାଷୀ ଆନ୍ଦୋଳନ ଚାଲିଥିବା ବେଳେ ସେ ଏହାର ଫାଇଦା ଉଠାଇବାକୁ ଚାହୁଁଥିଲା । ପଞ୍ଜାବରେ ଖଲିସ୍ତାନ ଆତଙ୍କବାଦକୁ ଆଗକୁ ନେବା ସେ ଆସିଥିଲା ।

୨୦୧୮ରେ ଗୁରଜିତଙ୍କ ନାମରେ ଏନଆଇଏ ମାମଲା ରୁଜୁ କରିଥିଲା । ବିଦେଶରେ ଥିବା ଖଲିସ୍ତାନ ଆତଙ୍କୀମାନେ ନରେନ୍ଦ୍ର ମୋଦିଙ୍କ ସରକାର ବିରୋଧରେ ଟଙ୍କା ଲଢ଼େଇ ଦେଶରେ ଅଶାନ୍ତି ସୃଷ୍ଟି କରିବାକୁ ଚାହୁଁଛନ୍ତି ବୋଲି ପୂର୍ବରୁ ବିଜେପି ପକ୍ଷରୁ ଅଭିଯୋଗ କରାଯାଇଥିଲା । ଗୁରଜିତ ଧରାପଡିବା ପରେ ଆଗକୁ ଅନେକ ତଥ୍ୟ ହସ୍ତଗତ ହେବ ବୋଲି ଏନଆଇଏର ଜଣେ ଅଧିକାରୀ କହିଛନ୍ତି ।

Comments are closed.