Latest Odisha News

BREAKING NEWS

ଗ୍ୟାଙ୍ଗଷ୍ଟାର ଓ ଆତଙ୍କବାଦୀ ମଧ୍ୟରେ ରହିଛି ସମ୍ପର୍କ, ୫୦ରୁ ଉର୍ଦ୍ଧ୍ୱ ସ୍ଥାନରେ ଏନଆଇଏ ଚଢଉ

ନୂଆଦିଲ୍ଲୀ: ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ଚଢଉ କରିଛି। ବିଭିନ୍ନ ଗ୍ୟାଙ୍ଗଷ୍ଟାର ଓ ଆତଙ୍କବାଦୀ ଗୋଷ୍ଠୀଙ୍କ ସହ ଡ୍ରଗ୍ସ ଚୋରା ଚାଲାଣକାରୀଙ୍କ ମଧ୍ୟରେ ସମ୍ପର୍କ ରହିଥିବା ସୂଚନା ପାଇ ପୋଲିସ ସହଯୋଗରେ ମଙ୍ଗଳବାର ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ରାଜସ୍ଥାନ ଏବଂ ଦିଲ୍ଲୀ ତଥା ଏହାର ଆଖପାଖ ଅଞ୍ଚଳରେ ୫୦ରୁ ଅଧିକ ସ୍ଥାନରେ ଏନଆଇଏ ଚଢଉ କରିଥିଲା। ସନ୍ଦିଗ୍ଧ ଗ୍ୟାଙ୍ଗ ନେତା ତଥା ସେମାନଙ୍କ ସହଯୋଗୀଙ୍କ ବିରୋଧରେ ଏଭଳି ଆତଙ୍କବାଦୀ ତଥା ଅପରାଧିକ କାର୍ଯ୍ୟକଳାପ ବିରୁଦ୍ଧରେ ଏଜେନ୍ସି ପକ୍ଷରୁ ଅଗଷ୍ଟ ମାସରେ ଦୁଇଟି ମାମଲା ରୁଜୁ କରିଥିଲା।

କିଛିଦିନ ହେବ ଗ୍ୟାଙ୍ଗଷ୍ଟାରମାନେ ବିଭିନ୍ନ ଚାଞ୍ଚଲ୍ୟକର ଅପରାଧ ଘଟାଇଥିବା ବେଳେ ବଡ଼ ବଡ଼ ବ୍ୟବସାୟୀ, ଡାକ୍ତର, ଉଚ୍ଚପଦାଧିକାରୀ ଆଦିଙ୍କୁ ଗ୍ୟାଙ୍ଗଷ୍ଟାରଙ୍କ ଦ୍ୱାରା ଧମକ ଦିଆଯାଇଥିଲା। ଯାହା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଥିଲା। ଏହି ଅପରାଧକୁ ଗ୍ୟାଙ୍ଗଷ୍ଟାରମାନେ ଇଣ୍ଟରନେଟ ମାଧ୍ୟମରେ ପ୍ରସାର କରି ଲୋକଙ୍କ ମନରେ ଭୟ ସୃଷ୍ଟି କରୁଥିବା ଏନଆଇଏ ପକ୍ଷରୁ କୁହାଯାଇଛି।

ଲୋକେ ଏପରି ଧମକ ପୂର୍ଣ୍ଣ ମେଲ କିମ୍ବା ଫୋନ କଲ ପାଇଁ ଭୟଭୀତ ହୋଇଛନ୍ତି। ଏହାକୁ ରୋକ ଲଗାଇବା ପାଇଁ ଏବଂ ସମସ୍ତ ଅପରାଧକୁ ବନ୍ଦ କରିବା ପାଇଁ ଏନଆଇଏ ପକ୍ଷରୁ ଅଗଷ୍ଟ ମାସରେ ଦୁଇଟି ମାମଲା ରୁଜୁ କରିଥିଲା। ଏଥିସହିତ ପିଏଫଆଇ ମାମଲାରେ ଅନଆଇଏ ପାଟନାର ଫୁଲୱାରି ସରିଫରେ ମଧ୍ୟ ଚଢଉ କରିଛି। ତେବେ ଏନଆଇଏର ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡିଛି ଯେ ଏଭଳି ଅପରାଧିକ କାର୍ଯ୍ୟ ସ୍ଥାନୀୟ ଘଟଣା ନୁହେଁ କିନ୍ତୁ ଆତଙ୍କବାଦୀ, ଗ୍ୟାଙ୍ଗଷ୍ଟର ତଥା ଡ୍ରଗ୍ ଚୋରା ଚାଲାଣ କାର୍ଟେଲ ଏବଂ ନେଟୱାର୍କ ମଧ୍ୟରେ ଦେଶ ତଥା ବାହାରେ କାର୍ଯ୍ୟ କରୁଥିବା ଏକ ଗଭୀର ଷଡଯନ୍ତ୍ର ରହିଛି।

Comments are closed.