Latest Odisha News

BREAKING NEWS

ଭୁବନେଶ୍ୱରରେ ଏନ୍ଆଇଏ ଡିଜି

ଭୁବନେଶ୍ୱର: ଭୁବନେଶ୍ୱରରେ ଦିନିକିଆ ଗସ୍ତରେ ଆସି ପହଞ୍ଚିଛନ୍ତି ନ୍ୟାସନାଲ୍ ଇନଭେଷ୍ଟିଗେସନ ଏଜେନ୍ସି (ଏନ୍ଆଇଏ) ଡିଜି ଯୋଗେଶ ମୋଦି।

ଏହି ଗସ୍ତରେ ତାଙ୍କ ସହିତ ସାମିଲ ରହିଛନ୍ତି ଏନଆଇଏ ଆଇଜି ଜ.ପି ସିଂହ ପ୍ରମୁଖ । ଉଭୟ ରାଜ୍ୟ ପୋଲିସ ଭବନରେ ଆୟୋଜିତ ଏକ ପ୍ରଶିକ୍ଷଣ କାର୍ଯ୍ୟରେ ଯୋଗଦେବା ନେଇ ସୂଚନା ମିଳିଛି ।

ଶ୍ରୀ ମୋଦି ଏନ୍ଆଇଏର ବରିଷ୍ଠ ଅଧିକାରୀଙ୍କ ଏକ ଟିମ୍ ସହ ଭୁବନେଶ୍ୱର ଗସ୍ତରେ ଆସି ଆତଙ୍କବାଦ, ଉଗ୍ରଵାଦ, ଆତଙ୍କବାଦୀ ଫଣ୍ଡ ମାମଲାର ତଦନ୍ତ ସମ୍ପର୍କରେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବାନେଇ ରାଜ୍ୟ ପୋଲିସ ସୁତ୍ରରୁ ପ୍ରକାଶ।

ଦେଶରେ ହେଉଥିବା ଆତଙ୍କବାଦୀ କାର‌୍ୟ୍ୟକଳାପକୁ ନଜରରେ ରଖି ଏହି ପ୍ରଶିକ୍ଷଣ ପ୍ରଦାନ କରାଯିବା ନେଇ ଜଣାପଡିଛି।

Comments are closed.