ନୂଆଦିଲ୍ଲୀ: ଆକ୍ସନ ମୋଡରେ ନେସନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନଆଇଏ) । ଦେଶର ୮ ରାଜ୍ୟରେ ବଡ଼ଧରଣର ଚଢ଼ାଉ କରିଛି ଏନଆଇଏ । ଆତଙ୍କୀ ସଂଗଠନ ଜୈଶ-ଏ-ଅହମ୍ମଦର ୧୯ ଠିକଣାରେ ରେଡ୍ ଆରମ୍ଭ କରିଛି ଏନଆଇଏ ।
ଆସାମ, ମହାରାଷ୍ଟ୍ର, ୟୁପି, ବିହାର, ପଶ୍ଚିମବଙ୍ଗ, ଜାମ୍ମୁ କାଶ୍ମୀର, ରାଜସ୍ଥାନ, ଗୁଜରାଟରେ ଚଢ଼ାଉ କରିଛି ଏନଆଇଏ । ଚଢାଉ ବେଳେ ଧାର୍ମିକ ବହି ସହ ପାକିସ୍ତାନୀ ନଂ ଲେଖା ଡାଏରୀ ପାଇଛି ଟିମ୍ । ସେହିପରି ଯାଞ୍ଚ ବେଳେ କିଛି ପେନ୍ଡ୍ରାଇଭ୍ ଓ ହାର୍ଡଡିସ୍କ ମଧ୍ୟ ଜବତ ଏନଆଇଏ ।
ଦେଶରୁ ଆତଙ୍କୀଙ୍କୁ ନିପାତ କରିବା ପାଇଁ କେନ୍ଦ୍ର ସରକାର ବଡ ବଡ କାର୍ଯ୍ୟ ହାତକୁ ନେଇଛନ୍ତି । ଗତ କିଛି ଦିନ ଧରି ଦେଶରେ ଜୈଶ-ଏ-ଅହମ୍ମଦ ଗ୍ୟାଙ୍ଗର କିଛି ଆତଙ୍କୀ ଲୁଚି ରହିଥିବା ନେଇ ଖବର ସାମ୍ନାକୁ ଆସିଥିଲା । ଏନେଇ ତଦନ୍ତ ଆରମ୍ଭ କରିଥିଲା ଏନଆଇଏ । ବିଶେଷ ସୁତ୍ରରୁ ଖବର ପାଇ ଏନଆଇଏ ଏହି ଚଢାଉ ଜାରି ରଖିଛି ।
Comments are closed.