Latest Odisha News

BREAKING NEWS

ଚର୍ଚ୍ଚାରେ ନିଆ ଶର୍ମାଙ୍କ ନ୍ୟୁ କାର୍‌

ନୂଆଦିଲ୍ଲୀ: ଟେଲିଭିଜନର ହଟ ଏବଂ ସୁନ୍ଦର ଅଭିନେତ୍ରୀ ନିଆ ଶର୍ମା ତାଙ୍କ ବୋଲ୍ଡ ଅବତାର ଯୋଗୁଁ ସବୁବେଳେ ଚର୍ଚ୍ଚାରେ ରହିଆନ୍ତି। ତେବେ ନିଆ ଶର୍ମା ତାଙ୍କ ନୂଆ କାର ଯୋଗୁଁ ଏବେ ପୁଣି ଥରେ ଚର୍ଚ୍ଚା ଘେରରେ। ନିକଟରେ ନିଆ ଏକ ବିଳାସପୂର୍ଣ୍ଣ କାର କିଣିଛନ୍ତି। ତେବେ ଏହି କାରର ମୂଲ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏଥି ସହିତ ନିଆ ନିଜେ ବିଳାସପୂର୍ଣ୍ଣ କାରର ଭିଡିଓକୁ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି। ଯାହା ଏବେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି।

ନିଆ ଶର୍ମା ଏକ ନୂତନ ଏବଂ ମହଙ୍ଗା କାର କିଣିଛନ୍ତି। ନିଆ ଭଲଭୋ XC90 D5 କାର କିଣିଛନ୍ତି। ଏହି କାରର ମୂଲ୍ୟ ପ୍ରାୟ ୮୫.୯୮ ଲକ୍ଷରୁ ଏକ କୋଟି ଟଙ୍କା ପର୍ଯ୍ୟନ୍ତ। ନିଆଙ୍କ ଏହି କାରର ରଙ୍ଗ କଳା। ନିଆ ସେୟାର୍‌ କରିଥିବା ଭିଡିଓରେ ସେ ତାଙ୍କ କାରରୁ କଭର ହଟାଉଥିବା ଦେଖିବାକୁ ମିଳିଛି। ଏହାଛଡା ସେ ଏହି ସମୟରେ ବେଶ୍‌ ଖୁସି ଥିବା ମଧ୍ୟ ଜଣାପଡ଼ୁଛନ୍ତି।

ଏହି ଭିଡିଓ ଏବଂ ଫଟୋ ସେୟାର କରି ନିଆ ଶର୍ମା ଲେଖିଛନ୍ତି, ”ତୁମେ ସୁଖ କିଣି ପାରିବ ନାହିଁ, କିନ୍ତୁ ତୁମେ ଏକ କାର କିଣି ପାରିବ ଏବଂ ଏହା ପ୍ରାୟ ସମାନ କଥା।”’ 

Comments are closed.