Latest Odisha News

BREAKING NEWS

ପ୍ୟାରିସ ଗେମ୍ସରେ ଡୋପ କଳଙ୍କ ପିଛା ଛାଡୁନି

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଡୋପ କଳଙ୍କ ପିଛା ଛାଡୁନି । ଇରାନର ଜୁଡୋକା ସେହେନ ଡୋପ ଟେଷ୍ଟରେ ବିଫଳ ହେବା ପରେ ଏବେ ନାଇଜେରିଆର ବକ୍ସର ସନ୍ଥିଆ ଓଗୁନ ସେମିଲାରଙ୍କ ଶରୀରରୁ ନିଷିଦ୍ଧ ଡ୍ରଗ୍ସର ମାତ୍ରା ମିଳିଛି । ତାଙ୍କୁ ମହିଳା ବକ୍ସିଂ ପ୍ରତିଯୋଗିତାରୁ ସସପେଣ୍ଡ କରାଯାଇଛି । ୨୨ ବର୍ଷୀୟା ଏହି ଆଫ୍ରିକାନ ବକ୍ସର ଲାଇଟୱେଟ ଚାମ୍ପିୟନଙ୍କଠାରୁ ଗୁରୁବାର ଡୋପ ସାମ୍ପୁଲ ସଂଗ୍ରହ କରାଯାଇଥିଲା । ଏବେ ଏଥିରେ ଡ୍ୟୁରେଟିକ ଫ୍ୟୁରୋସେମିଡ ନାମକ ନିଷିଦ୍ଧ ଦ୍ରବ୍ୟ ଠାବ କରାଯାଇଛି ।

ସୋମବାର ସେ ୬୦ କିଗ୍ରା ବିଭାଗର ରାଉଣ୍ଡ ଅଫ ୧୬ରେ ଭାଗ ନେଇଥାନ୍ତେ । ଏବେ ବାସନ୍ଦ ହୋଇଥିବାରୁ ସେ ଆଉ ଅଂଶଗ୍ରହଣ କରିପାରିବେ ନାହିଁ । ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡାରେ ସେ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ନିଜ ବର୍ଗରେ ସେ ଆଫ୍ରିକାନ ଗେମ୍ସରେ ମଧ୍ୟ ସ୍ୱର୍ଣ୍ଣ ପଦକ ହାସଲ କରି ଅଲିମ୍ପିକ ଯୋଗ୍ୟତା ହାସଲ କରିଥିଲେ ।

Comments are closed.