Latest Odisha News

BREAKING NEWS

ଆଜିଠୁ ଟୁଇନ୍ ସିଟିରେ ପାର୍ବଣ କର୍ଫ୍ୟୁ, ରାତି ୮ଟାରୁ ମାର୍କେଟ ବନ୍ଦ

ଭୁବନେଶ୍ୱର: ଦୁର୍ଗାପୂଜା ପାଇଁ ଆଜିଠୁ କଟକ, ଭୁବନେଶ୍ୱରରେ ଲାଗିବ ପାର୍ବଣ କର୍ଫ୍ୟୁ । ରାଜ୍ୟ ସରକାରଙ୍କ ପୂର୍ବ ଘୋଷଣା ଅନୁସାରେ ଆଜିଠୁ ଟୁଇନ୍ ସିଟିରେ ରାତି ୮ଟାରୁ ସାଗିବ ରାତ୍ରିକାଳୀନ କର୍ଫ୍ୟୁ । ସକାଳ ୫ଟା ଯାଏ ବଳବତ୍ତର ରହିବ ନାଇଟ୍ କର୍ଫ୍ୟୁ । ଆସନ୍ତା ୨୦ ତାରିଖ ଯାଏ ଏହି କଟକଣା ବଳବତ୍ତର ରହିବ । ଜୋରଦାର ହେବ ପାଟ୍ରୋଲିଂ ଓ ଚେକିଂ । ମଦୁଆ, ଅସାମାଜିକ ବ୍ୟକ୍ତିଙ୍କ ଉପରେ ସ୍ୱତନ୍ତ୍ର ନଜର ରହିବ ।

ମଦୁଆଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରିଛି କମିଶନରେଟ ପୋଲିସ । ବେଆଇନ ମଦ କାରବାର ଉପରେ ରହିଛି ସ୍ୱତନ୍ତ୍ର ନଜର । ପୂଜାରେ ବିଶୃଙ୍ଖଳା ସୃଷ୍ଟିକାରୀଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରାଯିବ । ଜୋର ଦବରଦସ୍ତ ଚାନ୍ଦା ଆଦାୟ କରୁଥିଲେ ପୋଲିସ ନେବ କାର୍ଯ୍ୟାନୁଷ୍ଠାନ ।

ନାଇଟ୍ କର୍ଫ୍ୟୁ କଟକଣାକୁ କଡ଼ାକଡ଼ି ପାଳନ କରିବା ପାଇଁ ଟୁଇନ୍ ସିଟିର ଜନସାଧାରଣଙ୍କୁ ଅପିଲ କରିଛି କମିଶନରେଟ ପୋଲିସ । ସୁରକ୍ଷା ଓ ଆଇନଶୃଙ୍ଖଳା ଦାୟିତ୍ୱରେ ରହିବ ଶହେ ପୋଲିସ ଅଫିସର । ମୁତୟନ ହେବେ ୩୨ ପ୍ଲାଟୁନ୍ ଫୋର୍ସ ।

Leave A Reply

Your email address will not be published.