Latest Odisha News

BREAKING NEWS

ଏଣିକି ଭିତରକନିକାର ନୀଳ ଜଳରାଶି ଭିତରେ ରାତ୍ରୀ ଯାପନର ମଜା ଉଠାଇପାରିବେ ପର୍ଯ୍ୟଟକ

କେନ୍ଦ୍ରାପଡା: ଚାରିପଟେ ନୀଳ ଜଳରାଶି, ଆଉ ତା’ଭିତରେ ପୁରା ରାତ୍ରୀ ଯାପନ । ଖାଇବା, ପିଇବା ସହ ନାଚ ଗୀତ । କଣ ଆପଣ ବି ଭାବୁଛନ୍ତି ନା ଏସବୁ ଆମେ କୌଣସି ସମୁଦ୍ର ଭିତରେ ଯାଉଥିବା ଯାହାଜ କଥା କହୁଛୁ । ନାଁ ଆଜ୍ଞା କୌଣସି ଗଭୀର ସମୁଦ୍ର ଭିତରେ ନୁହଁ ଆମେ କହୁଛୁ ଭିତରକନିକା କଥା । ଏଣିକି ଭିତରକନିକା ନଦୀ ଭିତରେ ଏପରି ବିଳାସପୂର୍ଣ୍ଣ ନୌଯାତ୍ରାର ମଜା ଉଠାଇ ପାରିବେ ପର୍ଯ୍ୟଟକ । ୪ଟି କାଟାମାରାନ୍ ବିଳାସପୂର୍ଣ୍ଣ ବୋଟ ଏବେ କ୍ରୁଜ୍ ଭାବରେ ଭିତରକନିକାର ନଦୀ ଚାଲିବ ବୋଲି ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ଭିତରକନିକାକୁ ଆସୁଥିବା ଦେଶବିଦେଶର ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ହେଉଛି ନୌକାବିହାର। ଏଥିପାଇଁ ଗତ ୮ବର୍ଷ ତଳେ ୬କୋଟିରୁ ଉର୍ଦ୍ଧ୍ଵ ଟଙ୍କା ବ୍ୟୟରେ ଆଇସିଜେଡ଼ଏମପି ଅନୁଦାନରେ ୪ଟି କାଟାମାରାନ୍ ବିଳାସପୂର୍ଣ୍ଣ ବୋଟ ଆସିଥିଲା । କିନ୍ତୁ ଏହାକୁ ରକ୍ଷଣାବେକ୍ଷଣା କରିବାକୁ ଯେତିକି ଖର୍ଚ୍ଚ ହେଉଥିଲା ତା ତୁଳନାରେ ଆୟ ବହୁତ କମ୍ ହେଉଥିଲା । ତେଣୁ ଏହି ବୋଟ୍କୁ କ୍ରୁଜ୍ ଭାବରେ ଚଳାଇବାକୁ ନିଷ୍ପତି ନେଇଥିଲା ଓଡିଶା ପର୍ଯ୍ୟଟନ ବିଭାଗ । ଏନେଇ ଦିଲ୍ଲୀର ଏକ ଘରୋଇ କମ୍ପାନୀକୁ ଦାୟିତ୍ଵ ଦିଆଯାଇଥିଲା । ବର୍ତ୍ତମାନ ଦୁଇଟି କାଟାମାରାନ୍‌ ବୋଟ୍‌ କ୍ରୁଜ୍‌ର ରୂପ ନେଇ ଗୁପ୍ତିଠାରେ ପହଞ୍ଚି ଥିବା ବେଳେ ଆଉ ଦୁଇଟି ବୋଟ୍‌ ଏପର୍ଯ୍ୟନ୍ତ ଆସିନାହିଁ ।

 

 

Comments are closed.