ଭୁବନେଶ୍ୱର: ରାଜ୍ୟରେ ପାଗ ଶୁଖିଲା ରହିଥିବା ବେଳେ ପାରଦ ଖସୁଛି । ବିଶେଷକରି ରାତି ତାପମାତ୍ରା ହ୍ରାସ ପାଇଛି । ଆଜି ରାଜ୍ୟର ୮ ସହରର ରାତି ତାପମାତ୍ର ୧୫ ଡିଗ୍ରୀ ତଳେ ରହିଥିବା ବେଳେ ସବୁଠୁ ଥଣ୍ଡା ସହର ହେଉଛି କୋରାପୁଟ ଜିଲ୍ଲାର ସିମିଳିଗୁଡ଼ା । ସେଠାରେ ସର୍ବନିମ୍ନ ରାତି ତାପମାତ୍ରା ୧୧.୪ ଡିଗ୍ରୀ ରେକର୍ଡ କରାଯାଇଛି ।
ପ୍ରମୁଖ ରାତ୍ରି ତାପମାତ୍ରା
ସିମିଳିଗୁଡା (କୋରାପୁଟ): ୧୧.୪ ଡ଼ିଗ୍ରୀ
କିରେଇ (ସୁନ୍ଦରଗଡ): ୧୧.୫ ଡ଼ିଗ୍ରୀ
କୋରାପୁଟ: ୧୧.୬ ଡ଼ିଗ୍ରୀ
ଜି.ଉଦୟଗିରି(କନ୍ଧମାଳ): ୧୨ ଡ଼ିଗ୍ରୀ
ଫୁଲବାଣୀ ଏବଂ ଦାରିଙ୍ଗବାଡି: ୧୩.୫ ଡ଼ିଗ୍ରୀ
ସୋନପୁର: ୧୪.୨ ଡ଼ିଗ୍ରୀ
ଭବାନୀପାଟଣା: ୧୪.୮ ଡ଼ିଗ୍ରୀଭୁବନେଶ୍ୱର ୧୯.୪ ଡ଼ିଗ୍ରୀ ଏବଂ କଟକ ୨୦ ଡ଼ିଗ୍ରୀ
— Meteorological Centre, Bhubaneswar (@mcbbsr) October 31, 2022
ସେହିଭଳି ସୁନ୍ଦରଗଡ଼ ଜିଲ୍ଲାର କିରେଇରେ ସର୍ବନିମ୍ନ ତାପମାତ୍ରା ୧୧.୫ ଡିଗ୍ରୀ, କୋରାପୁଟରେ ୧୧.୬ ଡିଗ୍ରୀ, କନ୍ଧମାଳର ଘୁ.ଉଦୟଗିରିରେ ୧୨ ଡିଗ୍ରୀ, ଫୁଲବାଣୀ ଏବଂ ଦାରିଙ୍ଗବାଡ଼ିରେ ୧୩.୫ ଡିଗ୍ରୀ, ସୋନପୁରରେ ୧୪.୨ ଡିଗ୍ରୀ, ଭବାନୀପାଟଣାରେ ୧୪.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଭୁବନେଶ୍ୱରର ସର୍ବନିମ୍ନ ରାତି ତାପମାତ୍ରା ୧୯.୪ ଡିଗ୍ରୀ ଥିବାବେଳେ କଟକରେ ୨୦ ଡିଗ୍ରୀ ରହିଛି ।
ଅନୁଭୂତ କୁହୁଡି ଏବଂ ଦୃଶ୍ୟମାନ ଦୂରତା #ଫୁଲବାଣୀ: ୨୦୦ ମିଟର (ମଧ୍ୟମ ଧରଣର କୁହୁଡି) #ଭବାନୀପାଟଣା: ୫୦୦ ମିଟର (ହାଲୁକା କୁହୁଡି)#ପାରଳାଖେମୁଣ୍ଡି: ୬୦୦ ମିଟର (ହାଲୁକା କୁହୁଡି)
— Meteorological Centre, Bhubaneswar (@mcbbsr) October 31, 2022
ସେହିଭଳି ଫୁଲବାଣୀରେ ମଧ୍ୟମ ଧରଣର କୁହୁଡ଼ି ଅନୁଭୂତ ହୋଇଥିବା ବେଳେ ଭବାନୀପାଟଣା ଓ ପାରଳାଖେମୁଣ୍ଡିରେ ଅନୁଭୂତ ହୋଇଛି ହାଲୁକା କୁହୁ଼ଡ଼ି । ଫୁଲବାଣୀରେ ଦୃଶ୍ୟମାନ୍ୟ ଦୂରତା ୨୦୦ ମିଟର ରହିଥିବା ବେଳେ ଭବାନୀପାଟଣାରେ ୫୦୦ ମିଟର, ପାରଳାଖେମୁଣ୍ଡିରେ ୬୦୦ ମିଟର ରହିଛି ।
Comments are closed.