Latest Odisha News

BREAKING NEWS

ଖସୁଛି ପାରଦ, ୮ ସହରର ରାତି ତାପମାତ୍ରା ୧୫ ଡିଗ୍ରୀ ତଳେ…

ଭୁବନେଶ୍ୱର: ରାଜ୍ୟରେ ପାଗ ଶୁଖିଲା ରହିଥିବା ବେଳେ ପାରଦ ଖସୁଛି । ବିଶେଷକରି ରାତି ତାପମାତ୍ରା ହ୍ରାସ ପାଇଛି । ଆଜି ରାଜ୍ୟର ୮ ସହରର ରାତି ତାପମାତ୍ର ୧୫ ଡିଗ୍ରୀ ତଳେ ରହିଥିବା ବେଳେ ସବୁଠୁ ଥଣ୍ଡା ସହର ହେଉଛି କୋରାପୁଟ ଜିଲ୍ଲାର ସିମିଳିଗୁଡ଼ା । ସେଠାରେ ସର୍ବନିମ୍ନ ରାତି ତାପମାତ୍ରା ୧୧.୪ ଡିଗ୍ରୀ ରେକର୍ଡ କରାଯାଇଛି ।

BjdElectrycity

ସେହିଭଳି ସୁନ୍ଦରଗଡ଼ ଜିଲ୍ଲାର କିରେଇରେ ସର୍ବନିମ୍ନ ତାପମାତ୍ରା ୧୧.୫ ଡିଗ୍ରୀ, କୋରାପୁଟରେ ୧୧.୬ ଡିଗ୍ରୀ, କନ୍ଧମାଳର ଘୁ.ଉଦୟଗିରିରେ ୧୨ ଡିଗ୍ରୀ, ଫୁଲବାଣୀ ଏବଂ ଦାରିଙ୍ଗବାଡ଼ିରେ ୧୩.୫ ଡିଗ୍ରୀ, ସୋନପୁରରେ ୧୪.୨ ଡିଗ୍ରୀ, ଭବାନୀପାଟଣାରେ ୧୪.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଭୁବନେଶ୍ୱରର ସର୍ବନିମ୍ନ ରାତି ତାପମାତ୍ରା ୧୯.୪ ଡିଗ୍ରୀ ଥିବାବେଳେ କଟକରେ ୨୦ ଡିଗ୍ରୀ ରହିଛି ।

ସେହିଭଳି ଫୁଲବାଣୀରେ ମଧ୍ୟମ ଧରଣର କୁହୁଡ଼ି ଅନୁଭୂତ ହୋଇଥିବା ବେଳେ ଭବାନୀପାଟଣା ଓ ପାରଳାଖେମୁଣ୍ଡିରେ ଅନୁଭୂତ ହୋଇଛି ହାଲୁକା କୁହୁ଼ଡ଼ି । ଫୁଲବାଣୀରେ ଦୃଶ୍ୟମାନ୍ୟ ଦୂରତା ୨୦୦ ମିଟର ରହିଥିବା ବେଳେ ଭବାନୀପାଟଣାରେ ୫୦୦ ମିଟର, ପାରଳାଖେମୁଣ୍ଡିରେ ୬୦୦ ମିଟର ରହିଛି ।

Leave A Reply

Your email address will not be published.