Latest Odisha News

BREAKING NEWS

ମହିଳା ବକ୍ସିଂ ଚାମ୍ପିୟନଶିପ: ନିଖତ ଜରୀନ ବିଜୟ ଅଭିଯାନ ଜାରୀ

ନୂଆଦିଲ୍ଲୀ: ବିଶ୍ୱ ଚାମ୍ପିୟନ ନିଖତ ଜରୀନ ଚଳିତ ବକ୍ସିଂ ଚାମ୍ପିୟନଶିପରେ ବିଜୟ ଅଭିଯାନ ଜାରୀ ରଖିଛନ୍ତି । ରବିବାର କେଡି ଯାଦବ ଷ୍ଟାଡିୟମରେ ଅନୁଷ୍ଠିତ ୫୦ କିଗ୍ରା ବିଭାଗ ମୁକାବିଲାରେ ଆଲଜେରିଆର ରୋଓମାୟସା ବୋଉଲାମଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ସେ କ୍ରମାଗତ ୨ଟି ବିଜୟ ହାସଲ କରି ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛନ୍ତି । ନିଖିତ ଭଲ ଫର୍ମରେ ଥିବାରୁ ତାଙ୍କୁ ଟାଇଟଲ ଦାବୀଦାର ଭାବେ ବିବେଚନା କରାଯାଉଛି । ପରବର୍ତୀ ରାଉଣ୍ଡରେ ସେ ମେକ୍ସିକୋର ଆଲଭେରେଜ ଫାତିମା ହରେରାଙ୍କୁ ଭେଟିବେ । ଏହି ଚାମ୍ପିୟନଶିପରେ ନିଖତଙ୍କୁ କୌଣସି ମାନ୍ୟତା ପ୍ରଦାନ କରାଯାଇ ନ ଥିଲେ ମଧ୍ୟ ସେ ଟପ ର‌୍ୟାଙ୍କଙ୍କୁ ହରାଇ ସମସ୍ତଙ୍କ ମୁହଁ ବନ୍ଦ କରି ଦେଇଛନ୍ତି ।

୫୭ କିଗ୍ରା ବିଭାଗରେ ମନୀଷା ମୈନେ ଅଷ୍ଟ୍ରେଲିଆର ଟିନା ରହୀମୀଙ୍କୁ ୫-୦ରେ ହରାଇ ପ୍ରି-କ୍ୱାର୍ଟରକୁ ଉନ୍ନୀତ ହୋଇଛନ୍ତି । ମନୀଷା ପ୍ରି-କ୍ୱାର୍ଟରରେ ତୁର୍କୀର ନୁର ଅଲିଫ ତୁରହାନଙ୍କୁ ସାମ୍ନା କରିବେ । ଚଳିତ ଚାମ୍ପିୟନଶିପରେ ଭାରତୀୟ ବକ୍ସରଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଛି । କୋଚ ଭାସ୍କର ଭଟ୍ଟ ମଧ୍ୟ ଖେଳାଳିଙ୍କ ପ୍ରଦର୍ଶନ ନେଇ ଉତ୍ସାହିତ ଅଛନ୍ତି ।

Leave A Reply

Your email address will not be published.