Latest Odisha News

BREAKING NEWS

ଓଡିଶା ମୋସନ ପିକଚର୍ସ ଓ ୱାର୍କର୍ସ ଆସୋସିଏସନକୁ ନୀଳମାଧବ ପଣ୍ଡା ଦେଲେ ୨.୫ ଲକ୍ଷ ଟଙ୍କାର ସହାୟତା

ଭୁବନେଶ୍ୱର: କରୋନା ସାରା ଦେଶରେ ଲୋକଙ୍କ ଆର୍ଥିକ ମାନଦଣ୍ଡକୁ ଦୋହଲାଇ ଦେଇଛି । ଏହି ସମୟରେ ଓଡିଶା ମୋସନ ପିକଚର୍ସ ଓ ୱାର୍କର୍ସ ଆସୋସିଏସନ ପାଇଁ ସହାୟତାର ହାତ ବଢାଇଛନ୍ତି ଲୋକପ୍ରିୟ ନିର୍ଦ୍ଦେଶକ ତଥା ପ୍ରଯୋଜକ ନୀଳମାଧବ ପଣ୍ଡାଙ୍କ ସହାୟତା । ସେ ଆସୋସିଏସକୁ ସହାୟତା ରାଶି ସ୍ୱରୂପ ୨.୫ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ।

ଓଡିଶା ମୋସନ ପିକଚର୍ସ ଓ ୱାର୍କର୍ସ ଆସୋସିଏସନରେ ଲାଇଟ ବୟ, ସ୍ପଟ୍ ବୟ, ମେକ୍ ଅପ ଆର୍ଟିଷ୍ଟ, ପ୍ରଡକ୍ସନ ଆସିଷ୍ଟାଣ୍ଟଙ୍କ ଭଳି ପ୍ରାୟ ୫୦୦ରୁ ଅଧିକ ସଦସ୍ୟ ମଜୁରୀ ପାଇ କାମ କରନ୍ତି । ତେବେ କରୋନା ଯୋଗୁଁ ସୁଟିଂ ବନ୍ଦ ରହିଥିବା ଯୋଗୁଁ ସେମାନଙ୍କର ରୋଜଗାର ମଧ୍ୟ ବନ୍ଦ ହୋଇଯାଇଛି ।

ଏ ନେଇ ନୀଳମାଧବ କହିଛନ୍ତି ଯେ, ‘ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ସେଇମାନଙ୍କ ପରିଶ୍ରମକୁ ନେଇ ହିଁ ତିଆରି ହୋଇଛି । ଆଜିର ଏହି ଘଡିସନ୍ଧି ମୁହୂର୍ତ୍ତରେ ସେମାନଙ୍କ ପରିବାର କିଭଳି ଦୁଇ ଓଳି ଖାଇବାକୁ ପାଇବ ସେ ନେଇ ବ୍ୟବସ୍ଥା କରାଯିବାର ଆବଶ୍ୟକତା ରହିଛି । ଲକ୍‌ଡାଉନ ଯୋଗୁଁ ସେମାନଙ୍କ ନିକଟରେ ଖାଦ୍ୟ ସାମଗ୍ରୀ ପହଞ୍ଚାଇବା ସମ୍ଭବ ନୁହେଁ । ତେଣୁ ସେମାନଙ୍କୁ ଯଥା ସମ୍ଭବ ଆର୍ଥିକ ସାହାଯ୍ୟ କରିବାର ଆବଶ୍ୟକତା ରହିଛି ।’
ଏହି ଘଡିସନ୍ଧି ମୁହୂର୍ତ୍ତରେ ସମସ୍ତେ ଆଗେଇ ଆସି ଓଡିଶା ମୋସନ ପିକଚର୍ସ ଓ ୱାର୍କର୍ସ ଆସୋସିଏସନକୁ ସାହାଯ୍ୟ କରିବାକୁ ସେ ନିବେଦନ କରିଛନ୍ତି ।

Comments are closed.