Latest Odisha News

BREAKING NEWS

CISFର ପ୍ରଥମ ମହିଳା ମୁଖ୍ୟ ହେଲେ ଆଇପିଏସ୍ ନୀନା ସିଂହ

ନୂଆଦିଲ୍ଲୀ: ରାଜସ୍ଥାନ କ୍ୟାଡର୍ ବରିଷ୍ଠ ଆଇପିଏସ୍ ଅଫିସର ନୀନା ସିଂହ କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବଳ(CISF)ର ଡିଜି ନିଯୁକ୍ତ ହୋଇଛନ୍ତି । ସିଆଇଏସଏଫ ମହାନିର୍ଦ୍ଦେଶକ ପଦରେ ପହଞ୍ଚିବା ପରେ ପ୍ରଥମ ମହିଳା ଅଧିକାରୀ ହେଉଛନ୍ତି ନୀନା ସିଂହ। ୧୯୮୯ ବ୍ୟାଚ୍ ର ରାଜସ୍ଥାନ କ୍ୟାଡର ଆଇପିଏସ୍ଅଧିକାରୀ ନୀନା ସିଂହ CISFର ସ୍ଵତନ୍ତ୍ର ଡିଜି ଭାବରେ କାର୍ଯ୍ୟରତ ଥିଲେ ।

୧୯୮୯ ବ୍ୟାଚ୍ ଆଇପିଏସ୍ ଅଧିକାରୀ ନୀନା ସିଂ ଚଳିତ ବର୍ଷ ଅଗଷ୍ଟ ୩୧ ରେ ଶିଳ୍ପବର୍ଦ୍ଧନ ସିଂଙ୍କ ଅବସର ପରେ ସିଆଇଏସଏଫ ମହାନିର୍ଦ୍ଦେଶକଙ୍କ ଅତିରିକ୍ତ ଦାୟିତ୍ ଗ୍ରହଣ କରିଥିଲେ । ନୀନା ସିଂହଙ୍କୁ ଜୁଲାଇ ୩୧, ୨୦୨୪ ପର୍ଯ୍ୟନ୍ତ CISFର ମହାନିର୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି ।

ନୀନା ସିଂହ ପ୍ରଥମେ ସିଆଇଏସ୍‌ଏଫ୍‌ର ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ରହିଥିଲେ ଏବଂ ଏବେ ତାଙ୍କୁ ସିଆଇଏସ୍‌ଏଫ୍‌ର ସଂପୂର୍ଣ୍ଣ ନିୟନ୍ତ୍ରଣ ଦିଆଯାଇଛି । ନୀନା ସିଂହ ବିହାରରେ ଜନ୍ମ ଗ୍ରହଣ କରିଥିବା ବେଳେ ପାଟନା ମହାବିଦ୍ୟାଳୟରୁ ପଢା ସାରିବା ପରେ ଜେଏନୟୁରେ ସ୍ନାତ୍ତକ ପାସ୍ କରିଥିଲେ । ପରେ ସେ ହାଭାର୍ଡ ବିଶ୍ଵବିଦ୍ୟାଳୟରୁ ପବ୍ଲିକ୍ ଆଡମିନିଷ୍ଟ୍ରେସନରେ ପିଜି ଡିଗ୍ରି ହାସକ କରିଥିଲେ । ନୀନାଙ୍କ ସିଂହଙ୍କ ସ୍ଵାମୀ କୁମାର ସିଂହ ମଧ୍ୟ ରାଜସ୍ଥାନ କ୍ୟାଡର ଆଇପିଏସ୍ ଅଧିକାରୀ । କରୋନା ମହାମାରୀ ସମୟରେ ସେ ରାଜସ୍ଥାନର ପ୍ରମୁଖ ଶାସନ ସଚିବ(ସ୍ୱାସ୍ଥ୍ୟ) ଦାୟିତ୍ୱ ତୁଲାଇଥିଲେ । ସିବିଆଇରେ ଯୁଗ୍ମ ନିର୍ଦ୍ଦେଶକ ଭାବେ ମଧ୍ୟ ନୀନା ସିଂହ କାମ କରିଛନ୍ତି ।

Comments are closed.