Latest Odisha News

BREAKING NEWS

୧୪୮ ବର୍ଷର ଟେଷ୍ଟ ଇତିହାସରେ ପ୍ରଥମ

ଦି ଓଭାଲ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ବ୍ୟାଟ୍ସମ୍ୟାନଙ୍କ ପ୍ରଭାବ ଦେଖିବାକୁ ମିଳିଛି । ସିରିଜରେ ଏ ପର୍ଯ୍ୟନ୍ତ ୧୯ ଶତକ ମରାଯାଇଥିବା ବେଳେ ଜୋ ରୁଟ ୬୩ ଓ ହ୍ୟାରୀ ବ୍ରୁକ ୯୦ ରନ କରି ଖେଳୁଛନ୍ତି । ୧୪୮ ବର୍ଷ ଇତିହାସରେ ଏତେ ଶତକ ଦେଖିବାକୁ ମିଳି ନ ଥିଲା । ଭାରତୀୟ ବ୍ୟାଟ୍ସମ୍ୟାନ ମାନେ ୧୨ ଶତକ ମାରିଛନ୍ତି । ଟିମ ଇଣ୍ଡିଆ ଅଧିନାୟକ ଶୁଭମନ ଗିଲ ଏକାକୀ ୪ଟି ଶତକ ହାସଲ କରିଛନ୍ତି ।

୯ଜଣ ବ୍ୟାଟ୍ସମ୍ୟାନ ୪୦୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଛନ୍ତି । ଭାରତର ଶୁଭମନ ଗିଲ, କେଏଲ ରାହୁଲ, ରବୀନ୍ଦ୍ର ଜାଡେଜା, ରିଷଭ ପନ୍ତ ଏବଂ ଇଂଲଣ୍ଡର ବେନ ଡକେଟ, ଜୋ ରୁଟ, ଜେମୀ ସ୍ମିଥ, ଯଶସ୍ୱୀ ଜୈସୱାଲ ଓ ହ୍ୟାରୀ ବ୍ରୁକ ଆକର୍ଷଣୀୟ ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି । ଡକେଟଯାହାକି ଏକ ରେକର୍ଡ । ଏହା ପୂର୍ବରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ସିରିଜରେ ଏତେ ଶତକ ଦେଖିବାକୁ ମିଳି ନ ଥିଲା । ୧୯୭୫ରେ ୱେଷ୍ଟଇଣ୍ଡିଜର ଅଷ୍ଟ୍ରେଲିଆ ଗସ୍ତ ଅବସରରେ ୮ ଜଣ ବ୍ୟାଟ୍ସମ୍ୟାନ ଏହି କାରନାମା କରିଥିଲେ । ୧୯୯୮ ଆଶେସ ସିରିଜରେ ମଧ୍ୟ ୮ଶତକ ବ୍ୟାଟ୍ସମ୍ୟାନମାନେ ମାରିଥିଲେ ।

Comments are closed.