Latest Odisha News

ପାଟନା ଗାନ୍ଧୀ ମୈଦାନ ବିସ୍ଫୋରଣରେ ୯ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ୨୦୧୩ରେ ପାଟନାର ଗାନ୍ଧୀ ମୈଦାନରେ ଘଟିଥିବା ସିରିୟଲ ବିସ୍ଫୋରଣରେ ଆଜି ଏନଆଇଏ କୋର୍ଟ ୯ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛି । ନଭେମ୍ବର ୧ରେ ସେମାନଙ୍କ ଦଣ୍ଡର ଶୁଣାଣୀ ହେବ । ୨୦୧୩ ଅକ୍ଟୋବର ୨୭ରେ ବର୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଟନାରେ ଏହି ସ୍ଥାନରେ ଏକ ବିଶାଳ ଜନସମାବେଶକୁ ଉଦବୋଧନ ଦେବାକୁ ଆସିଥିଲେ । ସେ ସମୟରେ ଏହି ବିସ୍ଫୋରଣ ଘଟିଥିଲା ଏବଂ ଏଥିରେ ୬ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮୯ଜଣ ଆହତ ହୋଇଥିଲେ ।

ତଦନ୍ତ ପରେ ଏନଆଇଏ ହାଇଦର ଅଲୀ, ନୋମାନ ଅନସାରୀ, ମୁଜିବୁଲ୍ଲା ଅନସାରୀ, ଇମିତିଆଜ ଆଲାମ, ଅହମ୍ମଦ ହୁସେନ, ଫକରୁଦ୍ଦିନ, ଫରୋଜ ଆସଲମ, ଇମତିଆଜ ଅନସାରୀ, ଇଫତିକାର ଆଲାମ, ଅଝରୁଦ୍ଦିନ କୁରେସ ଏବଂ ଜଣେ ନାବାଳିକାଙ୍କ ବିରୋଧରେ ଚାର୍ଜଶିଟ ଦାଖଲ କରିଥିଲା । ସୂଚନାଯୋଗ୍ୟ, ଏମାନଙ୍କ ମଧ୍ୟରୁ ୫ଜଣ ବୋଧଗୟା ବିସ୍ଫୋରଣ ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ଅଛନ୍ତି ।

Comments are closed.