ନୂଆଦିଲ୍ଲୀ : ଉପସ୍ଥାପିତ ହୋଇଛି ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ୍ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଦେଶ ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି । ବଜେଟରେ ବିଭିନ୍ନ କ୍ଷେତ୍ରରେ ଉପରେ ଗୁରୁତ୍ବ ଦିଆଯାଇଛି । ବଜେଟ ଉପସ୍ଥାପନ ବେଳେ, ଡିଜିଟାଲ ୟୁନିଭର୍ସିଟି ପ୍ରତିଷ୍ଠା ହେବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । ଆଞ୍ଚଳିକ ଭାଷାରେ ପିଲାଙ୍କ ପଢା ପାଇଁ ୨ ଶହ ଚ୍ୟାନେଲ୍ ହେବ । ଶିକ୍ଷା ପାଇଁ ଓ୍ବାନ୍ କ୍ଲାସ ଓ୍ବାନ୍ ଟିଭି ଚ୍ୟାନେଲ୍ ହେବ ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ସେହିପରି ଆଇଟିଆଇ ପିଲାଙ୍କୁ ଦିଆଯିବ ଡ୍ରୋନ୍ ଟ୍ରେନିଂ ।
ପ୍ରତିରକ୍ଷା ବଜେଟ୍ରେ ୨୫% ଅର୍ଥ ଗବେଷଣାରେ ଖର୍ଚ୍ଚ ହେବ । ଏହାସହ ବିଦେଶରୁ ପ୍ରତିରକ୍ଷା ସାମଗ୍ରୀ ଆମଦାନୀ ହ୍ରାସ କରାଯିବ । ସ୍ପେଶାଲ ଇକୋନୋମିକ ଜୋନ୍ ଆକ୍ଟରେ ସଂସ୍କାର ଆସିବ । ଏହାସହ କୋର ବ୍ୟାଙ୍କିଂରେ ଯୋଡ଼ିହେବ ନୂଆ ଦେଢ଼ ଲକ୍ଷ ଡାକଘର । ପିଏମ୍ ହାଉସିଂ ପ୍ଲାନ ପାଇଁ ୪୮ ହଜାର କୋଟିର ବଜେଟ୍ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ସୌର ଶକ୍ତି ପାଇଁ ୧୯ ହଜାର ୫୦୦ କୋଟି ଟଙ୍କା ଆବଣ୍ଟନ ହୋଇଛି । ସେହିପରି କେମିକାଲ ଫ୍ରି ପାରମ୍ପରିକ ଚାଷକୁ ପ୍ରୋତ୍ସାହନ ଦିଆଯିବ ବୋଲି ବଜେଟରେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ପୂର୍ବ ଭାରତର ବିକାଶ ପାଇଁ କେନ୍ଦ୍ର ସରକାର ଆପଣାଇବାକୁ ଯାଉଛନ୍ତି ଅଭିନବ ବ୍ଲୁ ପ୍ରିଣ୍ଟ । ବଜେଟରେ ୬୦ଟି ରୋପ୍ ଓ୍ବେ ନିର୍ମାଣ କରିବାକୁ ଲକ୍ଷ୍ୟ ରହିଛି ବୋଲି ଘୋଷଣା କରିଛନ୍ତି ନିର୍ମଳା ସୀତାରମଣ ।
Comments are closed.