Latest Odisha News

BREAKING NEWS

ନୂଆ ଭାରତ ନିର୍ମାଣ ପାଇଁ ପ୍ରୟାସ: ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ଆତ୍ମନିର୍ଭର ଭାରତ ପ୍ୟାକେଜ ନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ କୋଭିଡ-୧୯ ମହାମାରୀ ଦେଶ ଓ ଦୁନିଆ ଆଗରେ ସଂକଟ ଛିଡା କରିଛି । ପ୍ରଧାନମନ୍ତ୍ରୀ ଦେଶ ଆଗରେ ଭବିଷ୍ୟତର ରୂପ ରେଖ ରଖିଛନ୍ତି । ନୂଆ ଭାରତର ନିର୍ମାଣ ହେଉଛି ଆତ୍ମନିର୍ଭର ଭାରତ । ସ୍ଥାନୀୟ ବ୍ରାଣ୍ଡକୁ ବିଶ୍ୱସ୍ତରକୁ ନେବା ପାଇଁ ଲକ୍ଷ୍ୟ ରହିଛି ବୋଲି ସେ କହିଛନ୍ତି ।

କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ରହିଛି ଯେ, ଦେଶରେ କେହି ଭୋକରେ ନରୁହନ୍ତୁ । ଦେଶରେ ପିପିଇ ଓ ଭେଂଟିଲେଟର ତିଆରି କରାଯାଇଛି । ପ୍ରଧାନମନ୍ତ୍ରୀ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । ଆର୍ଥିକ ପ୍ୟାକେଜ ଜରିଆରେ ଦେଶକୁ ଆତ୍ମ ନିର୍ଭର କରିବା ପାଇଁ ଲକ୍ଷ୍ୟ ରହିଛି । ଏଥିସହ ନୂଆ ଭାରତ ନିର୍ମାଣ ପାଇଁ ପ୍ରୟାସ ଚାଲିଛି ।

Leave A Reply

Your email address will not be published.