Latest Odisha News

ଏନଆଇଟି କ୍ୟାମ୍ପସ୍ ଛାଡ଼ିବାକୁ ଛାତ୍ରଛାତ୍ରୀଙ୍କୁ ଅନୁମତି

ରାଉରକେଲା: ରାଉରକେଲା ଏନଆଇଟିରୁ ଗତ ୫ ଦିନ ମଧ୍ୟରେ ୧୪ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ପରେ ପ୍ରଶାସନ ପଦକ୍ଷେପ ନେଇଛି । କରୋନା ସଂକ୍ରମଣ ଯେଭଳି ନବ୍ୟାପେ ସେଥିପ୍ରତି ଦୃଷ୍ଟି ଦେଇଛନ୍ତି ଏନଆଇଟି କର୍ତ୍ତୃପକ୍ଷ । କରୋନା ଟେଷ୍ଟ ନେଗେଟିଭ୍ ଆସିଥିବା ଛାତ୍ରଛାତ୍ରୀ ହଷ୍ଟେଲ ଛାଡ଼ି ଯିବାପାଇଁ କର୍ତ୍ତୃପକ୍ଷ ଅନୁମତି ପ୍ରଦାନ କରିଛନ୍ତି ।

ତେବେ, ଯେଉଁ ଛାତ୍ରଛାତ୍ରୀ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନେ ହଷ୍ଟେଲରେ ରହିବେ । ଆଜିଠୁ ବଳକା ଛାତ୍ରଛାତ୍ରୀଙ୍କର କୋଭିଡ୍ ଟେଷ୍ଟ କରାଯିବ । ଏନେଇ ରାଉରକେଲା ଏନଆଇଟି ରେଜିଷ୍ଟ୍ରାର ପ୍ରଦୀପ କୁମାର ଦାଶ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.