Latest Odisha News

ପ୍ରକାଶିତ ହେଲା ନୀତି ଆୟୋଗ ଦ୍ୱାରା ଭାରତ ନବୋନ୍ମେଷ ସୂଚକାଙ୍କ ୨୦୧୯

ନୀତି ଆୟୋଗ ଦ୍ୱାରା ୨୦୧୯ ବର୍ଷ ପାଇଁ ଭାରତ ନବୋନ୍ମେଷ ସୂଚକାଙ୍କ ପ୍ରକାଶ ପାଇଛି । ଦେଶର ବୃହତ ରାଜ୍ୟଗୁଡ଼ିକ ମଧ୍ୟରେ କର୍ଣ୍ଣାଟକ ସର୍ବାଧିକ ନବୋନ୍ମେଷୀ ରାଜ୍ୟ ଭାବେ ପ୍ରଥମ ସ୍ଥାନ ହାସଲ କରିଛି । ଏହାପଛକୁ ଶୀର୍ଷ ୧୦ଟି ସ୍ଥାନରେ ଯଥାକ୍ରମେ ତାମିଲନାଡ଼ୁ, ମହାରାଷ୍ଟ୍ର, ତେଲଙ୍ଗାନା, ହରିୟାଣା, କେରଳ, ଉତର ପ୍ରଦେଶ, ପଶ୍ଚିମବଙ୍ଗ, ଗୁଜରାଟ ଏବଂ ଆନ୍ଧ୍ର ପ୍ରଦେଶ ରହିଛନ୍ତି । ଶୀର୍ଷ ୧୦ଟି ରାଜ୍ୟ ମଧ୍ୟରେ ଅଧିକ
ଦକ୍ଷିଣ ଓ ପଶ୍ଚିମ ଭାରତୀୟ ରାଜ୍ୟ ରହିଛନ୍ତି । ଉତର-ପୂର୍ବ ଏବଂ ପାର୍ବତ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ସିକ୍କିମ ଶୀର୍ଷରେ ରହିଥିବା ବେଳେ କେନ୍ଦ୍ରଶାସିତ ପ୍ରଦେଶ/ନଗର ରାଜ୍ୟ/କ୍ଷୁଦ୍ର ରାଜ୍ୟଗୁଡ଼ିକ ମଧ୍ୟରେ ଦିଲ୍ଲୀ ସର୍ବୋଚ୍ଚ ସ୍ଥାନ ହାସଲ କରିଛି । ନିବେଶ (ଇନପୁଟ)କୁ ଫଳାଫଳ (ଆଉଟପୁଟ)ରେ ରୂପାନ୍ତରିତ କରିବାରେ ସବୁଠୁ ଦକ୍ଷ ରାଜ୍ୟଗୁଡ଼ିକ ମଧ୍ୟରେ ଦିଲ୍ଲୀ, କର୍ଣ୍ଣାଟକ, ମହାରାଷ୍ଟ୍ର, ତାମିଲନାଡ଼ୁ, ତେଲଙ୍ଗାନା ଓ ଉତରପ୍ରଦେଶ
ରହିଛନ୍ତି ।

BjdElectrycity

ଅନ୍ୟପକ୍ଷରେ ଭାରତ ନବୋନ୍ମେଷ ସୂଚକାଙ୍କର ବୃହତ ରାଜ୍ୟ ବର୍ଗରେ ଓଡ଼ିଶା ଦ୍ୱାଦଶ ସ୍ଥାନରେ ରହିଛି । ତେବେ ଏନେବଲର୍ସ ଓ ପରଫର୍ମାନ୍ସ ର୍ୟାଙ୍କରେ ଓଡ଼ିଶାକୁ ଯଥାକ୍ରମେ ଦଶମ ଓ ଏକାଦଶ ସ୍ଥାନ ମିଳିଛି । ନୀତି ଆୟୋଗ ଉପାଧ୍ୟକ୍ଷ ଡ. ରାଜୀବ କୁମାର, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭ କାନ୍ତ, ବିଜ୍ଞାନ ବିଭାଗ ସଚିବ ଆଶୁତୋଷ ଶର୍ମା, ବାୟୋ-ଟେକନୋଲୋଜି ବିଭାଗ ସଚିବ ରେଣୁ ସ୍ୱରୂପ, ଆୟୁଷ ସଚିବ ବୈଦ୍ୟ ରାଜେଶ କୋଟେଚାଙ୍କ ଉପସ୍ଥିତିରେ ଏହି ସୂଚକାଙ୍କ ଜାରି କରାଯାଇଥିଲା ।

ଡ. ରାଜୀବ କୁମାର ଏହି ଅବସରରେ ଆଶା ବ୍ୟକ୍ତ କରିଥିଲେ ଯେ ନବୋନ୍ମେଷ ପରିସଂସ୍ଥାନରେ ଥିବା ବିଭିନ୍ନ ଅଂଶୀଦାରଙ୍କ ମଧ୍ୟରେ ଭାରତ ନବୋନ୍ମେଷ ସୂଚକାଙ୍କ ସମନ୍ୱୟ ପ୍ରତିÂା କରିବ ଏବଂ ଭାରତ ଏକ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଉତମ ପ୍ରଶାସନ ଦିଗରେ ଅଗ୍ରସର ହୋଇପାରିବ ।
ଅଗଣିତ ଆହ୍ୱାନ ମଧ୍ୟରେ ବିଶ୍ୱ ନବୋନ୍ମେଷ କ୍ଷେତ୍ରରେ ନେତୃତ୍ୱ ନେବା ଲାଗି ଭାରତ ନିକଟରେ ଅଭିନବ ସୁଯୋଗ ରହିଛି ବୋଲି ଶ୍ରୀ ଅମିତାଭ କାନ୍ତ ପ୍ରକାଶ କରିଥିଲେ । ରେଣୁ ସ୍ୱରୂପ କହିଥିଲେ ଯେ କ୍ଲଷ୍ଟର ଆଧାରିତ ନବୋନ୍ମେଷକୁ ପ୍ରତିଦ୍ୱନ୍ଦ୍ୱିତାର କେନ୍ଦ୍ର ବିନ୍ଦୁ ଭାବେ ବିକଶିତ କରାଯିବା ଆବଶ୍ୟକ । ଉଭୟ ନିବେଶ ଏବଂ ଫଳାଫଳ ଉପାଦାନ ଉପରେ ଗୁରୁତ୍ୱ ଦିଆଯାଇଥିବାରୁ ଏହି ସୂଚକାଙ୍କ ଦେଶରେ ନବୋନ୍ମେଷ ପରିବେଶକୁ ଉନ୍ନତ କରିବାରେ ଉତମ ଆରମ୍ଭ ବୋଲି ଶ୍ରୀ ଆଶୁତୋଷ ଶର୍ମା କହିଥିଲେ । ଶ୍ରୀ ବୈଦ୍ୟ କୋଟେଚା କହିଥିଲେ ଯେ ରାଜ୍ୟଗୁଡ଼ିକ ମଧ୍ୟରେ ମାନଦଣ୍ଡ ନିର୍ଦ୍ଧାରଣ ଜରିଆରେ ପ୍ରତିଦ୍ୱନ୍ଦ୍ୱିତାମୂଳକ ସଂଘୀୟ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦିଗରେ ଏହି ସୂଚକାଙ୍କ ଏକ ଉତମ ପ୍ରୟାସ । ଦେଶର ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶରେ ନବୋନ୍ମେଷ ପରିସଂସ୍ଥାନକୁ ଅନୁଧ୍ୟାନ କରାଯିବା ପରେ ଏହି ସୂଚକାଙ୍କ ପ୍ରକାଶ ପାଇଛି । ଦେଶରେ ରହିଥିବା ଆହ୍ୱାନଗୁଡ଼ିକର ମୁକାବିଲା କରିବା ଏବଂ ନିର୍ଦ୍ଧିଷ୍ଟ ଅଂଚଳର ଆର୍ଥିକ ବିକାଶ ନୀତି ପ୍ରସ୍ତୁତ କରିବା ଦିଗରେ ନୀତି ନିର୍ଦ୍ଧାରକମାନଙ୍କୁ ଏକ ସାମାଗ୍ରିକ ସାଧନ ପ୍ରଦାନ କରିବା ହେଉଛି ଏହି ସୂଚକାଙ୍କର ଉଦେ୍ଧଶ୍ୟ । ଏହି ସୂଚକାଙ୍କରେ ରାଜ୍ୟଗୁଡ଼ିକୁ ୩ଟି ବର୍ଗରେ ବିଭକ୍ତ କରାଯାଇଛି ଯଥା : ବୃହତ ରାଜ୍ୟ, ଉତର-ପୂର୍ବାଂଚଳ ଓ ପାର୍ବତ୍ୟ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ/ନଗର ରାଜ୍ୟ/କ୍ଷୁଦ୍ର ରାଜ୍ୟ । ଦେଶର ଅଭିବୃଦ୍ଧି ଏବଂ ସମୃଦ୍ଧି ଲାଗି ନବୋନ୍ମେଷ ଏକ ପ୍ରମୁଖ ବାହକ ହୋଇପାରିବ । ଏହାକୁ ଦୃଷ୍ଟିରେ ରଖି ପ୍ରତିଦ୍ୱନ୍ଦ୍ୱିତା ସଂସ୍ଥାନକୁ ଜ୍ଞାନ ସହଯୋଗୀ ଭାବେ ନେଇ ନୀତି ଆୟୋଗ ପକ୍ଷରୁ ଭାରତ ନବୋନ୍ମେଷ
ସୂଚକାଙ୍କ ୨୦୧୯ ପ୍ରକାଶ ପାଇଛି । ବ୍ୟାପକ ଗବେଷଣା ଏବଂ ବିଶ୍ଳେଷଣ ପରେ ଏହି ଅଧ୍ୟୟନର ଫଳାଫଳ ପ୍ରକାଶ ପାଇଛି । ଏଥିରେ ଭାରତୀୟ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକର ନବୋନ୍ମେଷ ସାମର୍ଥ୍ୟ ଓ ପ୍ରଦର୍ଶନକୁ ନିରୀକ୍ଷଣ କରିବା ମାଧ୍ୟମରେ ଦେଶର ସାମଗ୍ରିକ ନବୋନ୍ମେଷ ପରିଦୃଶ୍ୟକୁ ଦେଖାଯାଇଛି ।

ଏହି ସୂଚକାଙ୍କ ମାଧ୍ୟମରେ ଦେଶର ୨୯ଟି ରାଜ୍ୟ ଏବଂ ୭ଟି କେନ୍ଦ୍ର ଶାସିତ ପ୍ରଦେଶର ନବୋନ୍ମେଷ ପରିବେଶକୁ ନିରନ୍ତର ମୂଲ୍ୟାୟନ ପାଇଁ ଏକ ବ୍ୟାପକ ଢାଂଚା ପ୍ରସ୍ତୁତ କରିବାର ପ୍ରୟାସ କରାଯାଇଛି । ଏହା ଜରିଆରେ ତିନୋଟି କାର୍ଯ୍ୟ ସମ୍ପାଦନ ପାଇଁ ପ୍ରୟାସ କରାଯାଇଛି ଯଥା :୧- ସୂଚକାଙ୍କ ଫଳାଫଳ ଆଧାରରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ର୍ୟାଙ୍କ ପ୍ରଦାନ କରିବା, ୨- ସମ୍ଭାବନା ଓ ଆହ୍ୱାନଗୁଡ଼ିକୁ ବିବେଚନା କରିବା ଏବଂ ନବୋନ୍ମେଷର ପ୍ରୋତ୍ସାହନ ଲାଗି ସରକାରୀ ନୀତି ପ୍ରସ୍ତୁତିରେ ସହାୟତା କରିବା ।

ଦୁଇଟି ସୋପାନ- ଏନେବଲର୍ସ ଓ ପରଫର୍ମାନ୍ସରେ ମିଳିଥିବା ହାରାହାରି ଅଙ୍କ ଆଧାରରେ ଭାରତ ନବୋନ୍ମେଷ ସୂଚକାଙ୍କ-୨୦୧୯ର ଫଳାଫଳ ପ୍ରକାଶ ପାଇଛି । ୫ଟି ସ୍ତମ୍ଭକୁ ନେଇ ସମର୍ଥକ ପର୍ଯ୍ୟାୟରେ ରାଜ୍ୟଗୁଡ଼ିକର ନବୋନ୍ମେଷ ସାମର୍ଥ୍ୟକୁ ବିବେଚନା କରାଯାଇଛି : ମାନବ ପୁଞ୍ଜି, ନିବେଶ, ଜ୍ଞାନ କର୍ମୀ, ବ୍ୟବସାୟିକ ପରିବେଶ ଏବଂ ସୁରକ୍ଷା ଓ ଆଇନଗତ ପରିବେଶ । ନିବେଶ (ଇନପୁଟ) ଦ୍ୱାରା ଦେଶକୁ ମିଳୁଥିବା ଲାଭକୁ ପ୍ରଦର୍ଶନ ସୋପାନ ଗ୍ରହଣ କରିଛି । ଏହାକୁ ଦୁଇଟି ସ୍ତମ୍ଭ ଯଥା ଜ୍ଞାନ ଫଳାଫଳ ଏବଂ ଜ୍ଞାନର ପ୍ରସାରରେ ବିଭକ୍ତ କରାଯାଇଛି ।

Leave A Reply

Your email address will not be published.