Latest Odisha News

ପୁନର୍ଗଠିତ ହେଲା ନିତି ଆୟୋଗ, କମିଟି ସଦସ୍ୟ ଭାବେ ମନୋନୀତ ହେଲେ ଜୁଏଲ ଓରାମ

ନୂଆଦିଲ୍ଲୀ: ନିତି ଆୟୋଗ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ଜୁଏଲ ଓରାମ। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ସ୍ବତନ୍ତ୍ର ଆମନ୍ତ୍ରିତ ସଦସ୍ୟ। ଜୁଏଲଙ୍କ ସହ ନୀତିନ ଗଡ଼କରୀ, ଜେପି ନଡ୍ଡା, ଏଚ୍‌ଡି କୁମାରସ୍ବାମୀ ସଦସ୍ୟ।

କେନ୍ଦ୍ର ସରକାର ନିତି (NITI) ଆୟୋଗକୁ ପୁନର୍ଗଠିତ କରିଛନ୍ତି। ସହଯୋଗୀ ଦଳର ବହୁ ବରିଷ୍ଠ ମନ୍ତ୍ରୀଙ୍କୁ ଏହି ଆୟୋଗରେ ସ୍ଥାନ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆୟୋଗର ଅଧ୍ୟକ୍ଷ ରହିଥିବାବେଳେ ୪ ଜଣ ସ୍ଥାୟୀ ସଦସ୍ୟଙ୍କ ସହିତ ୧୫ ଜଣ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ଵତନ୍ତ୍ର ଆମନ୍ତ୍ରିତ ସଦସ୍ୟ ଭାବେ ସ୍ଥାନ ଦିଆଯାଇଛି। ନବଗଠିତ ନିତି ଆୟୋଗରେ ଅର୍ଥନୀତିଜ୍ଞ ସୁମନ କେ. ବେରୀ ଉପାଧ୍ୟକ୍ଷ ଭାବେ ନିଜର କାର୍ଯ୍ୟକାଳ ଜାରି ରଖିବେ। ସେହିପରି ଡ.ଭିକେ ସାରସ୍ୱତ, ପ୍ରଫେସର ରମେଶ ଚନ୍ଦ୍ର, ଡ.ଭିକେ ପାଲ, ଅରବିନ୍ଦ ଭିରମାନି ପୂର୍ଣ୍ଣକାଳୀନ ସଦସ୍ୟ ଭାବେ ସାମିଲ ଅଛନ୍ତି।

ସେହିପରି ସ୍ଵତନ୍ତ୍ର ଆମନ୍ତ୍ରିତ ସଦସ୍ୟ ଭାବେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ, ସ୍ଵାସ୍ଥ୍ୟ ମନ୍ତ୍ରୀ ଜେ.ପି. ନଡ୍ଡା, ଭାରିଶିଳ୍ପ ଏବଂ ଇସ୍ପାତ ମନ୍ତ୍ରୀ ଏଚ.ଡି. କୁମାରସ୍ଵାମୀ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଜିତନରାମ ମାଞ୍ଝି, ମତ୍ସ୍ୟ ଓ ପ୍ରାଣୀପାଳନ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ, କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତୀକରଣ ମନ୍ତ୍ରୀ ବୀରେନ୍ଦ୍ର କୁମାର, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କଞ୍ଜାରାପୁ ରାମମୋହନ ନାଇଡୁ, ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ ଚିରାଗ ପାଶଓ୍ବାନ ଏବଂ ପରିସଂଖ୍ୟାନ ଓ ପ୍ରୋଗ୍ରାମ ଇମ୍ପ୍ଲିମେଣ୍ଟେସନ ମନ୍ତ୍ରୀ ରାଓ ଇନ୍ଦରଜିତ ସିଂହଙ୍କୁ ମନୋନୀତ କରାଯାଇଛି।

 

Comments are closed.