ନୂଆଦିଲ୍ଲୀ: ବିହାରରେ ମହାଗଠବନ୍ଧନ ସରକାର ଗଠନ କରିବା ପରେ ନୀତିଶଙ୍କ ନଜରରେ ୨୦୨୪ନିର୍ବାଚନ ରହିଛି । ପାଟନା ରୁ ଦିଲ୍ଲୀ ଦଖଲ ପାଇଁ ଚାଲିଛି ପ୍ରସ୍ତୁତି । ନିତୀଶଙ୍କ ବିହାର ଚେହେରା କୁ ଏବେ ଦେଶର ଚେହେରାରେ ପରିଣତ କରିବା ପାଇଁ ଚାଲିଛି ଜୋରସୋର ଉଦ୍ୟମ ।
ବିହାର ରାଜନୀତି ପାଇଁ ଖୁବ ଚର୍ଚ୍ଚାରେ ରହି ଆସିଥିବା ନିତୀଶ ବର୍ତ୍ତମାନ ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ହେଲେଣି । ତାଙ୍କ ନାମକୁ ନେଇ ଏବେ ଗଣମାଧ୍ୟମରେ ଓ ମୋଦୀ ବିରୋଧିଙ୍କ ମହଲରେ ଜୋରଦାର ଚର୍ଚ୍ଚା ହେଉଛି । ତେବେ ନିର୍ବାଚନ ପାଇଁ ୨ବର୍ଷ ଥିବା ବେଳେ ଏବେ ଠାରୁ ଯାହା ଆଲୋଚନା ହେଉଛି ନିତୀଶ ମୋଦୀଙ୍କ ବିପକ୍ଷରେ ପ୍ରଧାନମନ୍ତ୍ରୀ ଦୌଡରେ ସାମିଲ ହୋଇପାରନ୍ତି ।
ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ପାଟଣାରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ଭେଟିଥିଲେ । ଏହି ସମୟରେ ୩ ନେତାଙ୍କ ମଧ୍ୟରେ ବିରୋଧୀ ଏକଜୁଟତା ଓ ୨୦୨୪ରେ ନୀତିଶଙ୍କ ଭୂମିକାକୁ ନେଇ ଆଲୋଚନା ହୋଇଥିଲା । ଏହି ପ୍ରସଙ୍ଗରେ ଗଣମାଧ୍ୟମ ପ୍ରତିନିଧି ନିତୀଶଙ୍କୁ ପ୍ରଧାନମନ୍ତ୍ରୀ ପାର୍ଥୀ କରାଜିବା ବିଷୟରେ ଚନ୍ଦ୍ରଶେଖର ରାଓ ପଚାରିଥିଲେ ମଧ୍ୟ ସ୍ପଷ୍ଟ ଉତ୍ତର ମିଳିପାରିନଥିଲା । ତେବେ ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନରେ ନିତୀଶଙ୍କ ଭୂମିକା କଣ ହେବ ତାହା ସମୟ କହିବ କିନ୍ତୁ,ଏହିପରି ପ୍ରଶ୍ନର ଉତ୍ତର ଶନିବାର ଠାରୁ ବିହାରରେ ହେବାକୁ ଥିବା ଶାସକ ଜେଡିୟୁ ର ଦୁଇ ଦିନିଆ ବୈଠକରେ ମିଳିପାରିବ। ଜେଡିୟୁ ନ୍ୟାସନାଲ ଏକ୍ଜିକ୍ୟୁଟିଭ୍ ଏବଂ ନ୍ୟାସନାଲ କାଉନସିଲରବୈଠକ ଏପରି ଏକ ସମୟରେ ଅନୁଷ୍ଠିତ ହେଉଛି ଯେତେବେଳେ ତାଙ୍କୁ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ରୂପେ ପରିଣତ କରିବା ନେଇ ଚର୍ଚ୍ଚା ଜୋର ଧରିଛି।
Comments are closed.