Latest Odisha News

BREAKING NEWS

ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର

ପାଟଣା: ବିହାରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର। ସେ ରାଜ୍ୟପାଳଙ୍କୁ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଯାହାକୁ ନେଇ ବିହାର ରାଜନୀତିରେ ହଟଚମଟ ଦେଖାଦେଇଛି। ଏବେ ପ୍ରଶ୍ନ ଉଠୁଛି ନୀତିଶ ତାଙ୍କ ଉତ୍ତରାଧିକାରୀ ଭାବରେ କାହାକୁ ବାଛିବେ। ଯାହାକୁ ନେଇ କଳ୍ପନାଜଳ୍ପନା ଜାରି ରହିଛି।

ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଚୟନକୁ ନେଇ ଘନଘନ ବୈଠକ ଚାଲିଛି। ନୀତିଶ କୁମାର ଏବଂ ସମ୍ରାଟ ଚୌଧୁରୀଙ୍କ ମଧ୍ୟରେ ପୂର୍ବରୁ ଅନେକ ବୈଠକ ହୋଇସାରିଛି। ଅପରପକ୍ଷରେ ସମ୍ରାଟ ଚୌଧୁରୀ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭା ସଦସ୍ୟ ଭାବରେ ଶପଥ ନେଇଥିଲେ। ଯାହା ବିହାରରେ ତାଙ୍କ ଦୁଇ ଦଶନ୍ଧିର ଶାସନର ଅନ୍ତ ଘଟାଇଥିଲା। ମାର୍ଚ୍ଚ ୧୬ରେ ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ସେ ମାର୍ଚ୍ଚ ୩୦ରେ ରାଜ୍ୟ ବିଧାନ ପରିଷଦରୁ ଇସ୍ତଫା ଦେଇଥିଲେ।

 

Leave A Reply

Your email address will not be published.