ନୂଆଦିଲ୍ଲୀ:ବିହାର ରାଜନୀତିରେ ନୂଆ ଟ୍ୱିଷ୍ଟ।ନୀତୀଶଙ୍କ ବଦଳରେ ମୈଦାନକୁ ଆସନ୍ତୁ ତାଙ୍କ ପୁଅ। ଏପରି ଦାବି କରିଛନ୍ତି ଜନତା ଦଳ ୟୁନାଇଟେଡ୍ ବା ନୀତୀଶ କୁମାରଙ୍କ ଜେଡୟୁ। ଆଗାମୀ ନିର୍ବାଚନରେ ନିଶାନ୍ତ ନିଜର ରାଜନୈତିକ ଭାଗ୍ୟ ପରୀକ୍ଷା କରିବା ପାଇଁ ଅପିଲ୍ କରିଛନ୍ତି ଜେଡୟୁ ସମର୍ଥକ । ସେମାନେ କହିଛନ୍ତି, ବିହାରକୁ ଆଗେଇ ନେବାରେ ନୀତୀଶଙ୍କ ବଡ଼ ଅବଦାନ ରହିଛି । ଏବେ ତାଙ୍କ ପୁଅ ଏହାକୁ ଆଗେଇ ନିଅନ୍ତୁ । କେବଳ ଜେଡୟୁ ସମର୍ଥକ ନୁହଁନ୍ତି, ରାଷ୍ଟ୍ରୀୟ ଲୋକ ସମତା ପାର୍ଟି ମୁଖ୍ୟ ତଥା ବିହାର ରାଜନୀତିର ବରିଷ୍ଠ ନେତା ଉପେନ୍ଦ୍ର ଖୁସଓ୍ବା ମଧ୍ୟ ସମାନ ଅପିଲ୍ କରିଛନ୍ତି । ପାର୍ଟିର ଦାୟିତ୍ବ ଏବେ ନିଶାନ୍ତ ନେବା ଜରୁରୀ ବୋଲି ସେ କହିଛନ୍ତି..
୪୪ ପାଦରେ ପାଦ ଦେଇଛନ୍ତି ନୀତୀଶ କୁମାରଙ୍କ ପୁଅ ନିଶାନ୍ତ କୁମାର । ଜନ୍ମ ଦିନ ଅବସରରେ ସମର୍ଥକମାନେ ପାର୍ଟି କାର୍ଯ୍ୟାଳୟରେ କେକ୍ କାଟି ଖୁସି ମନାଇଛନ୍ତି । ଏପଟେ ବିହାର ରାଜନୀତିକୁ ନେଇ ବଡ଼ ବୟାନ ଦେଇଛନ୍ତି ନୀତୀଶଙ୍କ ପୁଅ ନିଶାନ୍ତ । କହିଛନ୍ତି, ନୀତୀଶଙ୍କ ନେତୃତ୍ବରେ ବିହାରର ବିକାଶ ହେଉଛି । ବେରୋଜଗାରୀ କମୁଛି, ଲୋକଙ୍କୁ ସବୁ କ୍ଷେତ୍ରରେ ନ୍ୟାୟ ମିଳୁଛି । ଏଣୁ ପୁଣି ଥରେ ନୀତୀଶ ହିଁ ବିହାରର ମୁଖ୍ୟମନ୍ତ୍ରୀ ହେବେ ଓ NDA ଆଉ ଥରେ କ୍ଷମାତକୁ ଫେରିବ । ସେ ରାଜନୀତିକୁ ଆସିବେ ନା ନାହିଁ ସେ ନେଇ ମୁହଁ ଖୋଲି ନାହାନ୍ତି
ବିହାର ରାଜନୀତିରେ ଏବେ ୟଙ୍ଗ ବ୍ରିଗେଡଙ୍କ ଭିଡ଼ । ତେଜସ୍ବୀ ଯାଦବ ଆରଜେଡି ମଙ୍ଗ ଧରିଥିବାବେଳେ ତେଜ ପ୍ରତାପ ମଧ୍ୟ ରାଜନୀତିରେ ଆକଟିଭ୍ ଅଛନ୍ତି । ସେହିଭଳି ଚିରାଗ ପାଶଓ୍ବାନଙ୍କ ବେଶ୍ ଦବଦବା ରହିଛି । ଆଉ ଏବେ ଆଉ ଜଣେ ଯୁବ ନେତାଙ୍କୁ ନେଇ ବିହାର ରାଜନୀତିରେ ଚର୍ଚ୍ଚା ଜୋର୍ ଧରିଛି।
Comments are closed.