ପାଟଣା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭାକୁ ଯିବାକୁ ଇଚ୍ଛୁକ ବୋଲି ଯେଉଁ କଳ୍ପନା ଜଳ୍ପନା ହେଉଥିଲା ତାର ପୂର୍ଣ୍ଣଛେଦ ପକାଇଛନ୍ତି । ସେ ଏହି ଚର୍ଚ୍ଚାକୁ ଖାରଜ କରି କହିଛନ୍ତି । ନୀତୀଶ କୁମାର କହିଛନ୍ତି, ମୁଁ ରାଜ୍ୟସଭା ଯାଉଥିବା କଥା ଶୁଣି ଆଶ୍ଚର୍ଯ୍ୟ।
ଗତ ସପ୍ତାହରେ ବିଧାନସଭାର ବଜେଟ୍ ଅଧିବେଶନରେ ନୀତୀଶ କିଛି ସାମ୍ବାଦିକଙ୍କ ସହ କଥାବାର୍ତ୍ତା ବେଳେ କହିଥିଲେ ଯେ ସେ ଲୋକସଭାର ସାଂସଦ, ଜଣେ ବିଧାୟକ ଏବଂ ଏମଏଲସି ଥିଲେ, କିନ୍ତୁ କେବେ ବି ରାଜ୍ୟସଭା ସାଂସଦ ଯାଇନାହାନ୍ତି। ଏହାପରେ ନୀତୀଶ ରାଜ୍ୟସଭାକୁ ଯିବାକୁ ଇଚ୍ଛା କରୁଛନ୍ତି ବୋଲି ଚର୍ଚ୍ଚା ହେଉଥିଲା। ତେବେ ସୋମବାର ସେ ଏଭଳି ସମସ୍ତ କଳ୍ପନାଜଳ୍ପନାକୁ ଖଣ୍ଡନ କରିଛନ୍ତି।
ସେ କହିଛନ୍ତି ଯେ ଆସନ୍ତା ଏପ୍ରିଲ 12 ରେ ବୋନଚା ବିଧାନସଭା ଉପ-ନିର୍ବାଚନରେ ବିଜେପି ପ୍ରାର୍ଥୀ ପାଇଁ ପ୍ରଚାର କରିବେ। ବିକାଶସିଲ ଇନସାନ ପାର୍ଟିର ବିଧାୟକ ମୁସାଫିର ପାସୱାନଙ୍କ ମୃତ୍ୟୁ ପରେ ଏହି ଆସନ ଖାଲି ପଡିଛି। ଉପ-ନିର୍ବାଚନ ପାଇଁ ବିଜେପି ପୂର୍ବତନ ବିଧାୟକ ବେବି କୁମାରୀଙ୍କୁ ସମାନ ଆସନରୁ ପ୍ରାର୍ଥୀ କରିଛି।
Comments are closed.