Latest Odisha News

ଏଥର ଦିନିକିଆ ବିଶ୍ୱକପ କ୍ରିକେଟରେ ବିଫ ମନା !

ନୂଆଦିଲ୍ଲୀ: ଭାରତରେ ୨୦୨୩ ଦିନିକିଆ ବିଶ୍ୱକପ କ୍ରିକେଟ ଆୟୋଜିତ ହେବାକୁ ଯାଉଛି । ଏହି ମେଗା ଇଭେଂଟ ପାଇଁ ସମସ୍ତ ଟିମ ସେମାନଙ୍କ ଚୂଡାନ୍ତ ଦଳ ଘୋଷଣା କରି ସାରିଛନ୍ତି । ଏହି ଅବସରରେ ଆୟୋଜକ ଭାରତ ଭ୍ରମଣକାରୀ ସମସ୍ତ ଦେଶ ନିକଟକୁ ଫୁଡ ମେନ୍ୟୁ ପଠାଇଛି । ରିପୋର୍ଟ ମୁତାବକ ବିଫକୁ ଏଥିରେ ସାମିଲ କରାଯିବ ନାହିଁ । ଏପରିକି ପାକିସ୍ତାନ ଟିମକୁ ମଧ୍ୟ ଏଥିନେଇ ଆଗୁଆ ମନା କରି ଦିଆଯାଇଛି । ପାକିସ୍ତାନ ଟିମକୁ ଆବଶ୍ୟକ ପ୍ରୋଟିନ ପାଇଁ କୁକୁଡା ମାଂସ, ଖାସୀ ମାଂସ ଓ ମାଛ ଉପରେ ନିର୍ଭର କରିବାକୁ ପଡିବ । ପାକିସ୍ତାନ ଟିମ ଏଥି ମଧ୍ୟରେ ହାଇଦ୍ରାବାଦରେ ପଂହଚି ସାରିଛନ୍ତି । ୨୯ ସେପ୍ଟମ୍ବରରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପାକିସ୍ତାନ ତାର ପ୍ରଥମ ୱାର୍ମ ଅପ ମ୍ୟାଚ ଖେଳିବ ।  ଏହା ପରେ ଅକ୍ଟୋବର ୩ରେ ଅଭ୍ୟାସ ମ୍ୟାଚରେ ଅଷ୍ଟ୍ରେଲିଆକୁ ଭେଟିବ ।

ଭାରତରେ ଗାଈକୁ ପୂଜା କରାଯାଉଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ବିଭିନ୍ନ ମହଲରେ ସ୍ୱାଗତ ମଧ୍ୟ କରାଯାଇଛି । କୌଣସି ଟିମ ଏ ନେଇ ଆପତି ଉଠାଇ ନାହାନ୍ତି । ଭେଜ ଏବଂ ନନଭେଜରେ ଅନେକ ପ୍ରକାର ଆଇଟମ ପ୍ରସ୍ତୁତ କରାଯିବା ନେଇ ସୂଚନା ଦିଆଯାଇଛ । ବିସିସିଆଇ କିମ୍ବା ଆଇସିସି ପକ୍ଷରୁ ଏ ନେଇ କୌଣସି ବୟାନ ଜାରୀ ହୋଇନି ।

Comments are closed.